ସ୍ପନ୍ଦନ
ସ୍ପନ୍ଦନ
ସ୍ପନ୍ଦନ ଆଜି କରେ କାଇଁ ଏତେ କ୍ରନ୍ଦନ
ତୁମ ପାଇଁ ଭୁଲିଯାଏ ଶେଯ ଆଉ ସପନ
ଜାଳିଦେଲ ଦେଲ ଦେହ ସିନା ଜଳିବନି ମନ
କେମିତି ମୁଁ ଭୁଲିଯିବି ସେ ଦୁଇ ନୟନ ।
ଭାବିଥିଲି ତୁମକୁ ମୁଁ ପୂର୍ଣ୍ଣିମାର ଜହ୍ନ
ସାଇଥିଲି ପ୍ରେମ ଆମ ଦେଇ ମନକର୍ଣ୍ଣ
କି ଲାଭ ପାଇଲ ମତେ କରିକି ମଉନ
ନିଦ ଭାଙ୍ଗି ଦେଇ ବୋଧେ ତୁମେ ଜମା ଶୋଉନ।
ତୁମ କଥା ବିନା କିଛି ଶୁଣେନାହିଁ କାନ
ଜୀବନ ଯେ ଲାଗିଲାଣି ଭଙ୍ଗା ଗୋଟେ ଯାନ
ଏଣେ ତେଣେ ବୁଲି ବୁଲି ଖୋଜେ ତୁମ ସ୍ଥାନ
ତୁମେ କାହିଁ ରଖିବ ମୋ ପ୍ରେମର ମାନ ।
