STORYMIRROR

Tapas Tripathy

Tragedy

4  

Tapas Tripathy

Tragedy

ସ୍ପନ୍ଦନ

ସ୍ପନ୍ଦନ

1 min
407

 ସ୍ପନ୍ଦନ ଆଜି କରେ କାଇଁ ଏତେ କ୍ରନ୍ଦନ 

ତୁମ ପାଇଁ ଭୁଲିଯାଏ ଶେଯ ଆଉ ସପନ 

ଜାଳିଦେଲ ଦେଲ ଦେହ ସିନା ଜଳିବନି ମନ 

 କେମିତି ମୁଁ ଭୁଲିଯିବି ସେ ଦୁଇ ନୟନ ।


ଭାବିଥିଲି ତୁମକୁ ମୁଁ ପୂର୍ଣ୍ଣିମାର ଜହ୍ନ 

ସାଇଥିଲି ପ୍ରେମ ଆମ ଦେଇ ମନକର୍ଣ୍ଣ 

କି ଲାଭ ପାଇଲ ମତେ କରିକି ମଉନ 

ନିଦ ଭାଙ୍ଗି ଦେଇ ବୋଧେ ତୁମେ ଜମା ଶୋଉନ।


ତୁମ କଥା ବିନା କିଛି ଶୁଣେନାହିଁ କାନ 

ଜୀବନ ଯେ ଲାଗିଲାଣି ଭଙ୍ଗା ଗୋଟେ ଯାନ

ଏଣେ ତେଣେ ବୁଲି ବୁଲି ଖୋଜେ ତୁମ ସ୍ଥାନ 

ତୁମେ କାହିଁ ରଖିବ ମୋ ପ୍ରେମର ମାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy