ପୂଣ୍ଯ ପଥର
ପୂଣ୍ଯ ପଥର
କେଉଁ ଜନମରେ କି ପୁଣ୍ୟ ମୁଁ କରିଛି
ତୋ ପାହାଚେ ପଥର ହେଲିରେ
ତୋ ପାଶେ ରହି ସବୁ ମୁଁ ଭୁଲିଛି
ଏ ଜୀବନ ସାର୍ଥକ ହେଲାରେ ।
ତୋର ନାମଧ୍ୱନି, ଘଣ୍ଟ ଘଣ୍ଟନାଦ
ଶୁଭୁଛି ଖାଲି ଏ ବେଢାରେ
ଚାତକ ଭଳି ମୁଁ ଚାହିଁକି ବସିବି
କାଳଚକ୍ର ତୁ ଯେତେ ଗଡାରେ ।
କୃତାର୍ଥ ଲାଗୁଛି ଜୀବନ ମୋହର
ଲାଗୁଥିଲା କେବେ ଜୀବନ ଜହର
ତୋ ଇଛାରେ ଚାଲେ ସଂସାର ତୋହର
ତୋ ବିନୁ କିଛି ହେବନି କାହାର ।
ତୁମ ଲାଗି ଏ ଜୀବନ ଅର୍ପଣ ମୋହର
ଏଜୀବନେ ଆଉ କିବା ମୂଲ୍ଯ ଅଛି
ଯାହା ବି ଦେଇଛ ,ସେ ସବୁ ତ ତୁମର।