ଅଦୃଶ୍ୟ ସନ୍ଧ୍ୟା
ଅଦୃଶ୍ୟ ସନ୍ଧ୍ୟା


ଲୋହିତ ସନ୍ଧ୍ୟାର ମୋହିତ ମନର
ତୁମେ ସେ ଗୋଟିଏ କାରଣ
ଅନ୍ତରାତ୍ମା ଜାଣେ ସ୍ୱଚ୍ଛଳ ସୁନୀଳ
ମୋ ଭାବନାର ତୁ ମେ ଯେ ଗୋଟିଏ କିରଣ ।।
କଣ୍ଟକିତ ପଥ ପୁଲକିତ ହେଲା
ଜାଣିନି ସାଥି ଏ ସବୁ କାହା ପାଇଁ
ମୋ ଜୀବନର ଯେ କିଛି ଅର୍ଥ ନାହିଁ ଏଠି
ବୋଧହୁଏ ସାଥି ସେ ସବୁ ତୁମ ପାଇଁ ।।
ଧୂଳିଝଡ ପରେ ଘୂର୍ଣ୍ଣିଝଡ ଆସେ
ତୁମ ବିନା ସାଥି
ଜାଣେନା ଜୀବନେ କେଉଁ ପ୍ରକାରର ମୋଡ ଆସେ
ତୁମେ ଯେ ଅଦୃଶ୍ୟ ଅବଶ୍ୟ ହେଇଛ
ଛାଇ ଆଜି ମୋତେ ବନ୍ଧ ବାଡ ଦିଶେ ।।
ଛାଇ ଆଜି ମୋତେ ବନ୍ଧ ବାଡ ଦିଶେ।।