STORYMIRROR

Tapas Tripathy

Tragedy

3  

Tapas Tripathy

Tragedy

ଋଷେ ରାଧିକା

ଋଷେ ରାଧିକା

1 min
182

ରାଧିକା ଯାଉଛି କାହିଁ ଧାଇଁ ଧାଇଁକି 

କଦମ୍ବ ମୂଳରେ ତୁ ନାହୁଁରେ କାଳିଆ 

ଯମୁନା ଭସାଏ ସେ କାନ୍ଦି କାନ୍ଦିକି 

ବଞ୍ଚିଛି ଖାଲି ସେ ତୋତେ ଭାବି ଭାବିକି।


ଗୋପପୁରେ ଆଉ ଶବଦ ଶୁଭୁନି 

ଯେବେ ଗଲୁ ତୁହି ସେଠୁ ଛାଡିକି

ଝୁରେ ଗୋପଦାଣ୍ଡ ଖୋଜେ ମା ଯଶୋଦା 

ତୋ ବିନା କହ କିଏ ରହି ପାରେକି।


ଗୋପୀ ତୋତେ ଏଠି ଝୁରି ମରନ୍ତି

କାହିଁ କହ ଏତେ ତତେ ସବୁ ଭଲପାଆନ୍ତି 

ତୋ ପରି ବୋଧେ ଆଉ କେହିରେ ନାହାନ୍ତି

 ଯିଏ ତୋତେ ଭଲପାଏ ସେ କି ତତେ କହିପାରନ୍ତି।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy