ଋଷେ ରାଧିକା
ଋଷେ ରାଧିକା
ରାଧିକା ଯାଉଛି କାହିଁ ଧାଇଁ ଧାଇଁକି
କଦମ୍ବ ମୂଳରେ ତୁ ନାହୁଁରେ କାଳିଆ
ଯମୁନା ଭସାଏ ସେ କାନ୍ଦି କାନ୍ଦିକି
ବଞ୍ଚିଛି ଖାଲି ସେ ତୋତେ ଭାବି ଭାବିକି।
ଗୋପପୁରେ ଆଉ ଶବଦ ଶୁଭୁନି
ଯେବେ ଗଲୁ ତୁହି ସେଠୁ ଛାଡିକି
ଝୁରେ ଗୋପଦାଣ୍ଡ ଖୋଜେ ମା ଯଶୋଦା
ତୋ ବିନା କହ କିଏ ରହି ପାରେକି।
ଗୋପୀ ତୋତେ ଏଠି ଝୁରି ମରନ୍ତି
କାହିଁ କହ ଏତେ ତତେ ସବୁ ଭଲପାଆନ୍ତି
ତୋ ପରି ବୋଧେ ଆଉ କେହିରେ ନାହାନ୍ତି
ଯିଏ ତୋତେ ଭଲପାଏ ସେ କି ତତେ କହିପାରନ୍ତି।