STORYMIRROR

Suresh chandra Padhy

Tragedy

4  

Suresh chandra Padhy

Tragedy

ମହା ଶିବ ରାତ୍ରି

ମହା ଶିବ ରାତ୍ରି

1 min
409


ଫାଲଗୁନ ମାସ ଚତୁର୍ଦ୍ଦଶୀରେ ଏ ପର୍ବ ହୁଏ

ସବୁ ଶୈବପୀଠରେ ଭକ୍ତ ସମାଗମ ହୁଏ।

କେତକୀ ଫୁଲକୁ ମହାଦେବଙ୍କୁ ଚଢାଇବା

ବେଲ ପତ୍ର ସାଥେ କଞ୍ଚା କ୍ଷୀରକୁ ଢ଼ାଳିବା।

କର୍ପୂର ଆଳତି କରି ଉଜାଗର ହେବା

ମଧ୍ଯ ରାତ୍ରିରେ ମହାଦୀପକୁ ଶିଖରେ ଦେଖିବା।

ମହାଦୀପ ଶିବଙ୍କ ଜ୍ୟୋତି ସ୍ୱରୂପ ହୋଇବ

ଭକ୍ତଙ୍କ ଦୁଃଖ ନାଶି କରୁଣା ବରଷି ଦେବ।

ରାତି ସାରା ଆମେ ଶିବ ନାମ ତୁଣ୍ଡରେ ନେବା

ଜାଗର ଦୀପାଳି ଜାଳି ମନ୍ଦିର ବେଢାରେ ବସିବା।

ଶିବ ହିଁ ମଙ୍ଗଳମୟ ଆମେ ଭୁଲିବା ନାହିଁ

ଆଶୁତୋଷ ବର ଦେବେ ଭକ୍ତ ପ୍ରେମେ ହରଷ ହୋଇ।

ଚମ୍ପା ଫୁଲ ଅରଖ ଫୁଲକୁ ଶିବଙ୍କୁ ଚଢାଇ ଦେବା

ବୃଷଭ କାନରେ ମନ କଥାକୁ ଜଣାଇ ଦେବା।

ମହା ଶିବରାତ୍ରିରେ ମନ ପବିତ୍ର ହୋଇବ

ଶିବ କରୁଣା ପାଇ ରୋଗ ଶୋକ ଦୂରେଇ ଯିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy