କଳିଯୁଗର ତୁ ପାଞ୍ଚାଳୀ
କଳିଯୁଗର ତୁ ପାଞ୍ଚାଳୀ
ଦ୍ରୋପଦୀ ପରିକା ପ୍ରତି ହିଂସା ପଥେ
ଆଣିକି ପାରିବୁ କ୍ରାନ୍ତି
ସତ ତାତ୍ସଲ୍ୟ ରେ ଦୁର୍ଯୋଧନ ଅହଂ
ନ କରି ପାରିବୁ ଶାନ୍ତି।
ଯେତେ ବେଶି ଖୋଲି ସଂକଳ୍ପ କରିବୁ
ଜାନୁ ଭଙ୍ଗ ଦୁସା ଦୁଷ୍ଟ
ଅନ୍ଧ ପୁତ୍ର ଅନ୍ଧ ପରି କଟାକ୍ଷ ରେ
ହେବେନି ତ କେହି ତୁଷ୍ଟ।
ବସ୍ତ୍ର ହରଣ ର ତୁ କାରଣ ଖୋଜିବୁ
ଜଳୁଥିବ ତୋର ବହି
କାନ ଚିରି କେହି କାନଟେ ଦେବେନି
ନ ଥିବେ ସଖି କି ସହି ।
ପାଞ୍ଚ ମନର ପ୍ରିୟତମା ହୋଇ
ବିବେକ ନିର୍ଦ୍ଦେଶ ମୋତେ
ପ୍ରେମ, ଭକ୍ତି, କ୍ରାନ୍ତି ଚେଇଁ ରହିଥିବେ
ସମୟ ନ ଥିବ ହାତେ ।
ବିଷ ଉନ୍ମାଦନାରେ ବିଷ ପାନ କରି
ସହିବୁ ତୁ ଅପମାନ
ଆକଣ୍ଠ ଚିତ୍ତରେ ନ କର ନିଜର
କରୁଥିବୁ ଗୁଣ ଗାନ ।
ପାଞ୍ଚାଳୀ ତୁ ସାଜି ପଞ୍ଚ ପତିଙ୍କର
ଅସ୍ତିତ୍ବ ଦେଲେ ବି ବାଣ୍ଟି
ନିର୍ବିକାର ଭାବରେ ସ୍ବୀକାର ନ କରିଲେ
ଦେବେ ତୋର ଚିପି ତଣ୍ଟି ।
ଆହା ବୋଲି କେହି କହିବେନି କେବେ
ଦେବେନି ଘଣ୍ଟ ଘୋଡ଼ାଇ
ସାରା ରାଇଜରେ ଡେଙ୍ଗୁରା ପିଟିବେ
ଥିଲୁ ତୁ ଓଳେଇ ଗାଈ ।
