STORYMIRROR

Kiranbala Rath

Tragedy

4  

Kiranbala Rath

Tragedy

ମଦର୍ ଟେରେସା

ମଦର୍ ଟେରେସା

1 min
260

ହେ ବିଶ୍ୱ ଜନନୀ ମଦର ଟେରେସା

ଜନମି ବିଦେଶ ମାଟିରେ

କର୍ମ ର ଭୂମି ବାଛି ନେଲ ତୁମେ

ପବିତ୍ର ଭାରତ ଦେଶରେ।


ଧନ୍ୟ ହୋଇଲା ପୁଣ୍ୟ ଭାରତ

କୋଳେ ଦେଇ ସ୍ଥାନ ତୁମକୁ

ସୀତା, ସାବିତ୍ରୀ, ଅନୁସ୍ବୟା ଙ୍କ ସଙ୍ଗେ

ଅମର ରହିଲେ କାଳ କାଳକୁ।


କଳି ଯୁଗ ପାଇଁ ଶିକ୍ଷା ଦେଲ ତୁମେ

ସେବା କୁ କରିଲ ପାଥେୟ

ଶାନ୍ତିମୟୀ ଗୋ , କର୍ମ ତୁମର

ଚିର ବନ୍ଦନୀୟ ସ୍ମରଣୀୟ।


ଦୁଃଖୀ ରୋଗୀଙ୍କର କରୁଣକରୁଣ ଚିତ୍କାରେ

ତୁମେ ହୋଇଥିଲ ଆହତ 

ଇଶ୍ଵର ବାଣୀ ରେ ଆଗେଇ ଚାଲିଲ

ସାଥୀ କରି ଦଳିତ , ପତିତ ।


ଦିବ୍ୟ ଜ୍ୟୋତି ରେ ଉଦ୍ଭାସିତ ହୋଇ

ଭୁଲିଗଲ ନିଜ କଥା

ନିରାଶ୍ରୟ ଙ୍କ ର ସେବାରେ ଲାଗିଲ

ଦୂରେଇ ସକଳ ବ୍ୟଥା ।


ମାନବର ସେବା ଈଶ୍ବର ଙ୍କ ର ସେବା

ଏ କଥା ଶିଖାଇ ଦେଲ

ସ୍ନେହ ର ପରଷ ବିତରଣ କରି

ଚିର ବିଦାୟ ତୁମେ ନେଲ ।


ଝରି ଆସୁ ତୁମ ଆଶିଷ ର ଧାରା

ହେ ବିଶ୍ୱ ବନ୍ଦନୀୟା

ସେବା ହେଉ ଆମ ଜୀବନର ଧର୍ମ

ହେ ଚିର ପୂଜନୀୟା.... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy