Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Tragedy

4  

Sarojini Mishra

Tragedy

ତୁମେ ଆସିଥିଲ

ତୁମେ ଆସିଥିଲ

1 min
294



ତୁମେ ଆସିଥିଲ ଜୀବନେ ମୋହର

ପ୍ରୀତିର ଫଗୁଣ ନେଇ

ମୋ ମନ ମରୁରେ ଫୁଲର ମହକ

ଦେଇଥିଲ ତୁମେ ଢ଼ାଳି ।


ନିରଵତା ଭାଙ୍ଗି ମନ ଇଲାକାରେ

ମଧୁ ଗୁଞ୍ଜରଣ ଦେଲ

ପ୍ରେମ ଜଳ ସିଞ୍ଚି ଶୁଷ୍କ ଜୀବନକୁ

ସତେଜ ତୁମେ କରିଲ ।


ତୁମ ପ୍ରଣୟର ମିଠା ମିଠା ବାସ୍ନା

ମୋତେ ମହକାଇ ଦେଲା

ସପନ ରାଇଜେ ହଜିଗଲି ମୁଁ ଯେ

ପ୍ରୀତିର ଫୁଲ ଫୁଟିଲା ।


ହେଲେ,ସପନକୁ ସତ କରିବା ପୂର୍ବରୁ

ପ୍ରୀତି ଫୁଲ ମଉଳିଲା

ମୋହରି ସପନ ସପନେ ରହିଲା

ତୁମ ପ୍ରେମ କାହିଁ ଗଲା ।


ତୁମରି ମଥାରେ ଆଉ କା ସିନ୍ଦୂର

ଦେଖି ମୁଁ ଚକିତ ହେଲି

ପଚାରିବା ପାଇଁ ଚାହିଁଲି ହେଲେ ମୁଁ

ପଚାରି ପାରିଲି ନାହିଁ ।


ତୁମେ ଆସିଥିଲ ପ୍ରୀତିର ଫଗୁଣେ

ପ୍ରେମର ଇସାରା ନେଇ

ପୁଣି ଚାଲିଗଲ ମୋ ଜୀବନ ଧାରୁ

ଅକୁହା ବେଦନା ଦେଇ ।


ତୁମେ ଆସିଥିଲ ସପନ ରାଇଜେ

ରାଜକୁମାରୀ ଟେ ହୋଇ

ସପନ ଭାଂଗିଲା ନିରବ ଯନ୍ତ୍ରଣା

ଦେହ ମନ ଦେଲା ଦହି ।


ତୁମେ ଆସିଥିଲ ଆଶା ଦେଇଥିଲ

ଆଶା ସୌଧ ଭାଙ୍ଗି ଗଲା

ତୁମ ପ୍ରତାରଣା ମନ ଇଲାକାକୁ

ମରୁଭୂମି କରିଦେଲା ।



Rate this content
Log in

Similar oriya poem from Tragedy