ଯନ୍ତ୍ରଣାର ଗାର
ଯନ୍ତ୍ରଣାର ଗାର
ଲୁହରେ ପଖଳା
ଅତୀତର ସ୍ମୃତି
ଟାଣେ ଯନ୍ତ୍ରଣାର ଗାର
ବସନ୍ତ ମଳୟେ
ଝାଞ୍ଜି ବହିଯାଏ
ଝରି ଶୁଖେ ଲୁହ ଧାର।(1)
ଭୁଲିହୁଏ ନାହିଁ
ଫଗୁଣର ରଂଗ
କୋଇଲିର କୁହୁତାନ
ବଉଳ ବାସରେ
ନିଦ ଆସିଥାଏ
ସ୍ୱପ୍ନ ଦେଖେ ରାତି ଦିନ।(2)
କେତେ ଯେ ଫଗୁଣ
ଆସି ଫେରିଛନ୍ତି
ବସନ୍ତକୁ ସାଥେ ନେଇ
ଯୌବନେ ଭିଜିଛି
ସାତରଂଗ ନେଇ
ହୃଦୟକୁ ବିକି ଦେଇ।(3)
ଶେଷ ପାହାଚର
ଯାତ୍ରୀ ମୁଁ ଆଜି
ଋଦ୍ଧ ମୋ କଣ୍ଠ ସ୍ୱର
ଵେଶୁରା ରାଗିଣୀ
ତୋଳି ଗାଉଅଛି
ଜୀବନ ସଂଗୀତ ମୋର।(4)
ଲୁହରେ ପଖଳା ଅତୀତର ସ୍ମୃତି
ଟାଣେ ଯନ୍ତ୍ରଣାର ଗାର....।।
