STORYMIRROR

prasanta das

Tragedy

4  

prasanta das

Tragedy

ଯନ୍ତ୍ରଣାର ଗାର

ଯନ୍ତ୍ରଣାର ଗାର

1 min
273

ଲୁହରେ ପଖଳା

    ଅତୀତର ସ୍ମୃତି

      ଟାଣେ ଯନ୍ତ୍ରଣାର ଗାର

ବସନ୍ତ ମଳୟେ

     ଝାଞ୍ଜି ବହିଯାଏ

      ଝରି ଶୁଖେ ଲୁହ ଧାର।(1)

ଭୁଲିହୁଏ ନାହିଁ

     ଫଗୁଣର ରଂଗ

         କୋଇଲିର କୁହୁତାନ

ବଉଳ ବାସରେ 

      ନିଦ ଆସିଥାଏ

         ସ୍ୱପ୍ନ ଦେଖେ ରାତି ଦିନ।(2)

କେତେ ଯେ ଫଗୁଣ

       ଆସି ଫେରିଛନ୍ତି

        ବସନ୍ତକୁ ସାଥେ ନେଇ

ଯୌବନେ ଭିଜିଛି

       ସାତରଂଗ ନେଇ

         ହୃଦୟକୁ ବିକି ଦେଇ।(3)

ଶେଷ ପାହାଚର

        ଯାତ୍ରୀ ମୁଁ ଆଜି

           ଋଦ୍ଧ ମୋ କଣ୍ଠ ସ୍ୱର

ଵେଶୁରା ରାଗିଣୀ

        ତୋଳି ଗାଉଅଛି

          ଜୀବନ ସଂଗୀତ ମୋର।(4)

   ଲୁହରେ ପଖଳା ଅତୀତର ସ୍ମୃତି

       ଟାଣେ ଯନ୍ତ୍ରଣାର ଗାର....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy