STORYMIRROR

prasanta das

Abstract Others

3  

prasanta das

Abstract Others

କହିକି ପାରିବ

କହିକି ପାରିବ

1 min
190

କହିକି ପାରିବ ଜୀବନ ଯାତ୍ରାରେ

ଝାରି ନାହିଁ କିଏ ଲୁହ

କିଏ ବା ହସିନି ଯନ୍ତ୍ରଣା ଥିଲେଵି

ହୃଦେ ଚାପି ଧରି କୋହ।

କିଏବା ଦେଖିନି ଭୋକିଲା ପେଟରେ

ଅବୁଝା ସୁନେଲି ସ୍ୱପ୍ନ

ଝୁଣ୍ଟିନି କିଏ ବା ଚାଲିବା ପଥରେ

ପ୍ରେମରେ ହୋଇନି ମଗ୍ନ ?

କିଏ ବା ପାଇନି ପ୍ରତାରଣା ଧୋକା

ହୃଦୟେ ଯନ୍ତ୍ରଣା ନେଇ

ପ୍ରତିଶୃତି ଦେଇ କିଏ ନ ଭୁଲିଛି

ସମୟକୁ ଦ୍ୱାହି ଦେଇ ??

କିଏ ହରାଇନି ବାଲ୍ୟ ଯଉଵନ

ଵର୍ତ୍ତମାନ କଥା ଅତୀତ ପାଲଟେ

ଅନ୍ତରରେ ଭରି କୋହ।

କହିକି ପାରିବ ଜୀବନ ଯାତ୍ରାରେ

କିଏ ଝାରିନାହିଁ ଲୁହ ???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract