STORYMIRROR

prasanta das

Romance

4  

prasanta das

Romance

ଆଶା ଫୁଲ ଵିଞ୍ଚି ଦେଇ।

ଆଶା ଫୁଲ ଵିଞ୍ଚି ଦେଇ।

1 min
304

ଫଗୁଣ ଆସିଛି

   ବଉଳ ବାସରେ

      କୋଇଲି କୁହୁରେ

         ମଳୟ ପବନ ନେଇ

 ଫଗୁଣରେ ନେସା

      ହସଟି ତୁମର

        ଝରେ ମଧୂଝର

          ଦେଖିବାକୁ ମିଳୁନାହିଁ ।

ଝରକା ସେପଟେ

     ଚନ୍ଦ୍ରମା ଲୁଚିଛି

        ଅଭିମାନ କରି

         କଳାମେଘ କୋଳେ ଯାଇ

ତୁମେ ବି ଲୁଚିଛ

      ଅଜଣା ରାଇଜେ

       ରାଗ ରୋଷେ କିବା

           ଠିକଣା ହଜାଇ ଦେଇ।

ମନ ବେଳାଭୂମୀ

      ଶୁଖିଲା ପଡିଛି

        ବରଷ ବିତିଛି

           ଜୁଆର ଆସୁନି ଡେଇଁ

ସେମିତି ଦିଶୁଛି

       ପାଦଚିହ୍ନ ତୁମ

         ଚକ୍ ମକ୍ ହୋଇ 

            ସ୍ମୃତିକୁ ଉଖାଡି ଦେଇ ।

ଫେରିଆସ ତୁମେ

      ଫଗୁ ରଂଗ ନେଇ

         ଆଞୁଳିରେ ଭରି

           ପ୍ରୀତିମଧୂ ହସ ନେଇ

ଅନାଇ ରହିଛି

       ଫେରିବା ବାଟକୁ

          ଭଂଗା ହୃଦୟରେ

            ଆଶାଫୁଲ ବିଞ୍ଚି ଦେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance