STORYMIRROR

prasanta das

Abstract

4  

prasanta das

Abstract

ଅସ୍ତରାଗର ସଂଗୀତ

ଅସ୍ତରାଗର ସଂଗୀତ

1 min
332

ଚିବୁକ ପ୍ରାନ୍ତରେ

    ଶୁଖି ଯାଇଅଛି

      କେଇ ବୁନ୍ଦା ଅଶ୍ରୁଧାର

ଲିଭି ଯାଉନାହିଁ

    ଯେତେ ପୋଛିଲେ ଵି

       ଦିଶୁଛି ଯନ୍ତ୍ରଣା ଗାର।

ଅପଵାଦ ବୋଝ 

      ଏବେବି ବୋହୁଛି

        ପାଲଟିଛି ସମାଚାର

ବାଟ ଚାଲୁଚାଲୁ

      ଝୁଣ୍ଟିପଡି ଉଠେ

        ଋଦ୍ଧ ହୋଇଛି ମୋ ସ୍ୱର।

ମୁଣ୍ଡପିଟି ଫେରେ

      ସାଗରର ଢେଉ

        ଶୁଷ୍କ ବେଳାଭୂମୀ ଘର

ଖୋଜି ମୁଁ ପାଉନି

       ପାଦ ଚିହ୍ନ ତୁମ

         ହୋଇଛି କି ସାତପର।

ଅସ୍ତରାଗ ପରେ

     ସଂଗୀତ ଗାଉଛି

       ଜୀବନ ସଂଞ୍ଜରେ ମୋର

ଫଟା ମନକାନ୍ଥେ

      ସ୍ମୃତିକୁ ଲେପୁଛି

         ଵୁଜୁନାହିଁ ଫାଟ ତା'ର ।

ଚିବୁକ ପ୍ରାନ୍ତରେ

      ଶୁଖି ଯାଇଅଛି

          କେଇ ବୁନ୍ଦା ଅଶ୍ରୁଧାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract