ଅସ୍ତରାଗର ସଂଗୀତ
ଅସ୍ତରାଗର ସଂଗୀତ
ଚିବୁକ ପ୍ରାନ୍ତରେ
ଶୁଖି ଯାଇଅଛି
କେଇ ବୁନ୍ଦା ଅଶ୍ରୁଧାର
ଲିଭି ଯାଉନାହିଁ
ଯେତେ ପୋଛିଲେ ଵି
ଦିଶୁଛି ଯନ୍ତ୍ରଣା ଗାର।
ଅପଵାଦ ବୋଝ
ଏବେବି ବୋହୁଛି
ପାଲଟିଛି ସମାଚାର
ବାଟ ଚାଲୁଚାଲୁ
ଝୁଣ୍ଟିପଡି ଉଠେ
ଋଦ୍ଧ ହୋଇଛି ମୋ ସ୍ୱର।
ମୁଣ୍ଡପିଟି ଫେରେ
ସାଗରର ଢେଉ
 
; ଶୁଷ୍କ ବେଳାଭୂମୀ ଘର
ଖୋଜି ମୁଁ ପାଉନି
ପାଦ ଚିହ୍ନ ତୁମ
ହୋଇଛି କି ସାତପର।
ଅସ୍ତରାଗ ପରେ
ସଂଗୀତ ଗାଉଛି
ଜୀବନ ସଂଞ୍ଜରେ ମୋର
ଫଟା ମନକାନ୍ଥେ
ସ୍ମୃତିକୁ ଲେପୁଛି
ଵୁଜୁନାହିଁ ଫାଟ ତା'ର ।
ଚିବୁକ ପ୍ରାନ୍ତରେ
ଶୁଖି ଯାଇଅଛି
କେଇ ବୁନ୍ଦା ଅଶ୍ରୁଧାର।