Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Tragedy Inspirational Others

4  

Chittaranjan Nanda

Tragedy Inspirational Others

ଆମ ଦେଶ ଗଣତନ୍ତ୍ର ନୀତି

ଆମ ଦେଶ ଗଣତନ୍ତ୍ର ନୀତି

1 min
278



ହେ ମୋର ଭଉଣୀ ଭାଇ, ଦେଖ 

ଏ କି ରାଜନୀତି, 

ସରବେ, ଛଳେ ବଳେ ରାତାରାତି 

ବଡ଼ ହେବାକୁ ଚାହାନ୍ତି ।


ଦେଖ, ସେଇ ସବୁର ପ୍ରଭାବରେ, 

ମଣିଷର ସର୍ବ ସ୍ଵଭାବ 

ଗାଁ ଗାଁ ରେ ଅଶାନ୍ତିର ନିଆଁ ଜଳିବା 

ହୁଏ, ଦେଶର କି ଲାଭ ।


ଜୀବନ ପୃଷ୍ଠାରେ ପରିସ୍ଫୁଟ ହୋଇଛି 

ଏକ ଏକ ଚରିତ୍ର

ମନୁଷ୍ୟ ଚହଟ ଚିକ୍କଣ ବେଶ ଧରି ତ

ହୋଇଛନ୍ତି ଆବୃତ ।


ଦିନ କୁ ଦିନ ଆସୁଛନ୍ତି, କେତେ କେତେ 

ପ୍ରକାର ଚରିତ୍ର

ବଡ ବଡ କଥା କୁହନ୍ତି, କିନ୍ତୁ ପାଠ ଓ 

ଶାଠ ବିବର୍ଜ୍ଜିତ ।


ନାଲିପାଣିର କଳା ଲୀଳା ମିଳେ ଗାଆଁ 

ଠାରୁ ସହର ଯାଏ 

ଶାନ୍ତିର ବାନା ଉଡାନ୍ତି, ଦିବସ ରଜନୀ 

ହିଂସା ଜଳେ ଠାଏ ଠାଏ ।


ଯୁଗେ ଯୁଗେ ଚୋର ପସନ୍ଦ କରିଥାଏ

ରାତ୍ରର ଅନ୍ଧକାର 

ରାଜନୈତିକ ନେତା ଚାହେଁ ନଆସୁ 

ଞାନ ଆଲୋକର ।


ଆମର ନେତା ସବୁ ଏଠି ବସିଛନ୍ତି 

ଭଦ୍ର ଖୋଳପାରେ 

ଦିଅଁ ସହ ଖଟୁଳି ଖାଏ ରାଜନୈତିକ 

ଚୋର ଆଲୁଅରେ ।


ଗଣତନ୍ତ୍ର, ଉତ୍ତମ ଶାସନ ବୋଲି ତ

ଆଦୃତ, ବିଶ୍ବ ମାନସରେ 

ଭାରତୀୟ ଜନତା ଦେଖୁଛି, ନିତି 

ଗଣତନ୍ତ୍ର ବସଇ ଫାଶିରେ ।


ରାଜନୀତି କୂଟନୀତିଆଙ୍କ ପଶା 

କାଠି କଅଣ ଶିଖେଇଛି

ଗାଁ ଗାଁ ପରିବାରେ ଅଶାନ୍ତିର ଖେଳ 

ଆଜି, କି ଲାଭ ହୋଉଛି ।

 

ପୁରା ବଦଳି ଯାଇ ଅଛି ଆଜି ଦେଖ

ଭାରତ ମଣ୍ଡଳର ଚିତ୍ର

ଦୁଃଖେ ଜନତା କୁହନ୍ତି, ହାୟ ଗଣତନ୍ତ୍ର

ହାୟ ଗଣତନ୍ତ୍ର ।


Rate this content
Log in

Similar oriya poem from Tragedy