STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଅଗଣିତ ପନ୍ଥା

ଅଗଣିତ ପନ୍ଥା

1 min
399


 ଗଣ୍ଠିଲିରେ ଅନେକ ଗଣ୍ଠି

ଫିଟେଇବାକୁ ପଡିବ

ଖୋଲି ଦେଇ ଛାଡି ଦେବାକୁ ହେବ

ସବୁ ବଡ଼ ଘର ବଡ଼ ଗୁମର କଥା


ସମସ୍ୟାର ଲଫାପାରେ ଅନେକ ଅଠା

ପୋଛିଦେବାକୁ ହେବ

ଦୁଗୁଳା କରି ମୁଁହ ଖୋଲି ଦେବାକୁ ହେବ

ସମାଧାନ ହୋଇପାରୁ ନ ଥିବା

ଅନେକ ଦିନର ଅଛିଣ୍ଡା ବିବାଦ ବ୍ୟଥା


ଗର୍ବର ବାରବାଟୀ ଦୁର୍ଗରେ ଅମୁହାଁ କଂସା କଟାଟ

ତାଲା ଭାଙ୍ଗିବାକୁ ହେବ

ଠିଆ ମେଲା ହେବ ଭିତରକୁ ଚାଲିଯିବ

ଅତୀତର ପାଦଚିହ୍ନ ଅଲିଭା ଦାଗ ପରି

ବଖାଣିବ ଅନେକ ପରମ୍ପରା ପ୍ରଥା


ଫୁଟାଣିର ଉଜାଣି ସ୍ରୋତରେ ଗଭୀର ଗଣ୍ଡ ଖାଇ

ନିଜକୁ ରୋକିବାକୁ ହେବ

ଧିରେ ଧିରେ ମୁକୁଳା କରିବାକୁ ହେବ

ଭବିଷ୍ୟତ ସମସ୍ୟାର ସମାଧାନ ପାଇଁ

ଦିଶିଯିବ ଅଗଣିତ ପନ୍ଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy