STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଅଟକି ପଡିଛି

ଅଟକି ପଡିଛି

1 min
263


ମାନବ ଏଠି ମାଳମାଳ 

ମାନବତା ଖୋଜୁଛି ଜଳେଇ

ଶୁଭ ଦୀପାବଳିର ଦୀପ ତୈଳ


ଆଶାର କିରଣ ନେଇ

ତଥାପି ଖୋଜୁଛି ଖୋଜି ଚାଲିଛି

ମିଳିଯିବେ କାଳେ

 ମହାମାନବ ଅବଶ୍ୟ ସହଳ


ମଣିଷ ଏଠି ଦଳଦଳ

କରୁଣା ସିକ୍ତ ହୃଦୟ ମିଳେନା କେହି

ଯେମିତି ପଡିଛି ମଡକ ଅକାଳ



ତ୍ୟାଗ ବଳିଦାନର ଦ୍ବାହି ଦେଇ

ପ୍ରୟାସ ରହିଛି ଜାରି

ରାସ୍ତା ବ୍ୟବସ୍ଥାର ଅଭିସନ୍ଧି ନେଇ

ସୁମରି ଆଶା ଅଶୁମାରୀ


ସୃଷ୍ଟି ବଦଳିବ ଯଦି

ଦୃଷ୍ଟି ବଦଳିବ

ଦୃଷ୍ଟିକୋଣ ଅବଶ୍ୟ ବଦଳିବ

ହୃଦୟର କୋଣେ ଅନୁକୋଣେ

ଝରି ପଡ଼ୁଥିବ ମାନବତାର ଭଉଁରୀ


ଦେଶ ସ୍ୱାଧୀନ ହେଲା

ପରାଧିନତାର ଶୃଙ୍ଖଳ ଛିଣ୍ଡିଲା

ଲୋକେ ନିଜର ହୋଇ ପାରିଲେ କି ?


ଅଠସ୍ତରୀ ବର୍ଷ ପରେ ବି 

ପରକୁ ଆପଣାର

ଅନ୍ୟକୁ ନିଜର କରି ପାରିଲେ କି ?


ଏଭଳି ପ୍ରଶ୍ନବାଚକ ଚିହ୍ନ ପାଖରେ

ଦେଶପାଇଁ 

ଅଟକି ରହିଛି ଦେଶପ୍ରେମ 


ଏଭଳି ବିରାମ ଚିହ୍ନ ପାଖରେ

ଭାରତ ପାଇଁ 

ଅଟକି ପଡିଛି ଜୀବନ ଲଗାମ


ଏଭଳି ବିସ୍ମୟ ଚିହ୍ନ ପାଖରେ

ଭାରତମାତା ପାଇଁ 

ଅଟକି ଚାହିଁଛି ଶେଷ ରକ୍ତବିନ୍ଦୁ ତମାମ


କହିଲେ ଆପଣେ

କୁଣ୍ଠିତ ଭାବନାର କଳ କଳ ନାଦରେ

କୁତ୍ସିତ କୁତ୍ସା ରଟନାର ଦ୍ବନ୍ଦ ଛନ୍ଦରେ

କିମ୍ଭୁତ କିମ୍ଭାକାର ଛଳ କପଟରେ

ଜୀବନର ବଡ଼ ଦାଣ୍ଡରେ ଦଣ୍ଡାୟମାନ 

ହେଇ ହେବ କି ?

ମାନବତାର ଗେଣ୍ଡମାଳରେ ପରକୁ ଆପଣେଇ ହେବ କି ?


ପଚାରୁଛି ଜନତା ଜନାର୍ଦ୍ଦନ

ଉତ୍ତର ଅବଶ୍ୟ ରଖିବେ

ଗୁଣଗ୍ରାହୀ ସୁଧିଜନ

ଚାହିଁ ରହିଲେ ଦୀନ ହୀନ ଅକିଞ୍ଚନ


Rate this content
Log in

Similar oriya poem from Tragedy