STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଅଦୃଶ୍ୟ ଦ୍ଵାର

ଅଦୃଶ୍ୟ ଦ୍ଵାର

1 min
269

କବିତା - ଅଦୃଶ୍ୟ ଦ୍ଵାର

ରଚନା - ପଞ୍ଚାନନ ଜେନା

ତାରିଖ -୨୯-୧୦-୨୦୨୪


 ସଙ୍କଟ ସମସ୍ୟା ଘେରରେ ଛନ୍ଦିବୁନି

ସମାଧାନ ଘାଇ ମିଳିବ କାହିଁ

କିଏ ପର କିଏ ଅତି ଆପଣାର

ସେ ଗଣିତ ବୁଝିବୁ କେମିତି ଭାଇ


ଝୁଣ୍ଟିବା ପଡିବା ପୁଣି ଛିଡାହେବା ସିଖିବୁନି

ଆଗକୁ ବଢିବୁ ଚଢିବୁ କେବେ

ତରଳିବାକୁ ହେବ ସମସ୍ୟା ଆଞ୍ଚରେ ଝୁଲରେ

ସୁଦ୍ଧ ସୁବର୍ଣ୍ଣ ପରି ଚମକିବୁ ତେବେ


ହାରିବା ଜିତିବାର ଖେଳ ଖେଳିବୁନି

ସଂସାର ସାଗର ପାରିବୁ କେମିତି

କଣ୍ଟକପୂର୍ଣ୍ଣ ପଥପ୍ରାନ୍ତରେ ଚାଲିବୁନି

ଜୀବନ ଯାପନ କରିବୁ ସେମିତି


ମାୟା ମରିଚିକା ଏ ସାରା ସଂସାର

ଦୈତ୍ୟ ତୈଳଚିତ୍ର ଖାଲି ଗୁମର

ସରଳ ତରଳ ଗରଳ ହଳାହଳ ବିଷ

ଗିଳି ପକେଇବେ ସାପ ସିଡିର ଅଦୃଶ୍ୟ ଦ୍ଵାର


ହାତେ ମାପି ଚାଖଣ୍ଡେ ଚାଲିବା ଶିଖିବୁନି

ଲୋକେ ଦୈଡିଲେଣି ପାହୁଣ୍ଡ ମାରି

ଶୋଇଗଲେ ପୁଅ ପଛରେ କାନ୍ଦିବୁ ଲୁଚେଇ

ଚେଇଁଯା ବେଲ ଥାଉ ଥାଉ ପ୍ରଜ୍ଞା ପ୍ରସାରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy