STORYMIRROR

Panchanan Jena

Tragedy

4  

Panchanan Jena

Tragedy

ମାମୁଁଘର ଗ୍ରାମପଥ

ମାମୁଁଘର ଗ୍ରାମପଥ

1 min
215


ଭଲ ଥିଲା ଧାନ ବିଲ ମଝିରେ

ଅଙ୍କା ବଙ୍କା ସରୁ ଗ୍ରାମପଥ

ବହୁତ ଭଲ ଥିଲା ଶଗଡ଼ ହୁଳାରେ

ଅଙ୍କିତ ଚିହ୍ନିତ ଅଣଉସାରିଆ ଗଳିପଥ

ଆହୁରି ଭଲ ଥିଲା ଗୋରୁପଲ ପାଦ ଚିହ୍ନରେ

ଚିତ୍ରିତ ଆବୁଡ଼ା ଖାବୁଡ଼ା ସରୁ ଧୂଳିପଥ


ଅଧୁନା ପରିବର୍ତିତ କଳେବର 

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଙ୍କକ୍ରୀଟ ସଡ଼କ

ଗାଁ ଦାଣ୍ଡ ଗଳି ସରୁ ଅର୍ଗଳି ସହର


ଅଧୁନା ଜାତୀୟ କିମ୍ବା ରାଜ୍ୟ ସଡ଼କପଥ

 ଦୁଇ ଧାରିଆ କିମ୍ବା ଚାରି ଧାରିଆ

ଜାଲ ଭଳିଆ ବିଛେଇ ଯାଇଛି 

କଳା ମଚ ମଚ ରେଖାଙ୍କିତ 


ଅବଶୋଷ କେବଳ ଏତିକି

ସବୁ ବେଳେ ରୋଡ଼ଜାମ୍ ଚକା ଜାମ୍

ଗାଡି ମଟର ଟ୍ରକ୍ ବସର ଘୋ ଘର୍ଘର

ଦୁଇ ପାଞ୍ଚ କିଲୋ ମିଟର ଯିବାକୁ ଡ଼ର ଲାଗେ

ଦେଖି ବଡ଼ ବଡ଼ ୧୬ ଚକିଆ ଡମ୍ଫର


ଆହୁରି ବଡ଼ ଅବଶୋଷ ଏତିକି

ବିଚାରା ସାଧାରଣ ଦୀନ ମଜୁରିଆ

ମଟର ସାଇକେଲ ଆରୋହି ବି

 ଗଳି ଯାଇ ପାରେନା ଆଗକୁ ଅଗ୍ରସର


ପେଁ ପାଁ ଭେଁ ଭାଁ ଅସହ୍ୟ ପରିବେଶ

ରାଗ ରୋଷର ଅଲଗା ରୋଷଣୀ

ଗାଳି ଗୁଲଜର ନୂଅ ଶବ୍ଦ ବାଣୀ

ଶୁଣିବାକୁ ମିଳେ ଗହଳ ଚହଳ ମଝିରେ

କାନ ମୁଣ୍ଡ ଆଉଁସିବା ସାର

ଦୁର୍ଘଟଣା ରେ ମରଣ ଗଣି ହେବନି

ଗାଡି ଚପାରେ ମୃତ୍ୟୁବରଣ କହି ହେବନି


ମନେ ପଡିଯାଏ

କେତେ ଭଲ ଥିଲା ମାମୁଁଘର ଗ୍ରାମପଥ

ତାଳ ଗଛ ଘେରା

ଗହଳ ମାଣ୍ଡିଆ ଖେତ

ସୋରିଷ ଫୁଲର ହଳଦିଆ ନେତ

ଧାନ କିଆରୀ ଉଡଉଥିବ ଫୁଲ ମୁକୁଟ

କଇଁଫୁଲରେ ହସୁଥିବ ପୋଖରି ଗୋହିରି ପାଟ


ଧେନୁ ପଲ ସହ ଗାଈଆଳ ଟୋକା କେଇ

ବଇଁଶି ବଜେଇ ଯାଉଥିବ ଛୁଇଁ

ଅବଚେତନ ମନ ଚେତନା ଡେଇଁ

ଅପୂର୍ବ ଅବର୍ଣ୍ଣନୀୟ ଶୋଭା ଭଣ୍ଡାର

ଉଠୁଥିବ ଚେଇଁ ।


Rate this content
Log in

Similar oriya poem from Tragedy