ଜୀବନ ଏକ ମାନସାଙ୍କ
ଜୀବନ ଏକ ମାନସାଙ୍କ
ଜୀବନ ତ ନୁହେଁ ଏତେ ବି ସହଜ
ଦୁଃଖ ସୁଖ ଦୁଇ ମୁଦ୍ରା
ଜୀବନ ତ ଏକ ଅଗ୍ନିର ପରୀକ୍ଷା
ନ ଦେଲେ ନାହିଁ ରକ୍ଷା ।
ଜୀବନ ତ ଏକ ଅବୁଝା ଗଣିତ
ବୁଝିବା ଲାଗଇ କଷ୍ଟ
କାହା ପାଇଁ ଲାଗେ ସହଜ ସରଳ
ବାଧା ବିଘ୍ନ ହୁଏ ରିଷ୍ଟ ।
ଜୀବନ ତ ଛାଇ ଆଲୁଅର ଖେଳ
କେହିତ ନୁହେଁ ନିଜର
ନିଜର ଛାଇ ନୁହେଁତ ନିଜର
ଆଉ ସବୁ ସାତ ପର ।
ମିଶାଣ ଫେଡ଼ାଣ ଗୁଣନ ହରଣ
ମିଶା ମିଶି ଏହି ଜୀବନ
ମାନସାଙ୍କ ପରି ଏ ଜୀବନ ଗଣ୍ଠିଟି
ଫିଟିଯିବ କେଉଁ ଦିନ ।
