STORYMIRROR

Panchanan Jena

Tragedy

4  

Panchanan Jena

Tragedy

ସରଳରେଖାରେ ବନ୍ଧା

ସରଳରେଖାରେ ବନ୍ଧା

1 min
370



ମା' କହୁଥିଲା

ଏ ସାରା ସଂସାର ହେବ ଶିଶୁଙ୍କ ମୁଠିରେ

ଏ ସାରା ଦୁନିଆ ପାଞ୍ଚ ଆଙ୍ଗୁଳିଆ ପାପୁଲିରେ

ଏ ସାରା ଜଗତ ଢ଼ଳଢ଼ଳ ନୟନ କମଳଦଳରେ


ମା' କହୁଥିଲା

ଏ ସାରା ସଂସାର ଗଢିଛନ୍ତି ଈଶ୍ବର

ନ ଦେଖନ୍ତି ତାଙ୍କୁ କେହି

ନ ଭେଟନ୍ତି ତାଙ୍କୁ କେହି

ତାଙ୍କରି ସ୍ୱରୂପ ମନ୍ଦିରେ ଅଛନ୍ତି ଦେହୀ


ମା' କହୁଥିଲା

 ଭକ୍ତର ବାନ୍ଧବ ସେହି

ଦୁଃଖିର ଲାଘବ ସେହି

ତାଙ୍କରି ପୟରେ ମନ ଲଗେଇବୁ ଧନ

 ସମାଧାନ କରିଦେବେ ସେହି


ମୋତେ ସତ ଲାଗୁଥିଲା ସକାଳ

ସୂର୍ଯ୍ୟ ବି କଅଁଳ

ଫୁଲ ବି କୋମଳ

ପବନ ବି ମୃଦୁ ମନ୍ଦ ହିଲ୍ଲୋଳ


ମୋତେ ଲାଗୁଥିଲା ଜୀବନ ସହଜ ସ୍ନେହିଳ

ଫଳ ବି ଲାଲ ଟହ ଟହ ଗଛ ଡାଳରେ

ହାତ ଠାରି ଡାକୁଥାଏ ନିଅ ତୋଳିରେ ସହଳ

 ହଳଦୀବସନ୍ତର କମନୀୟ ଲୋଭନୀୟ କାନ୍ତି ଗଛ ଡାଳରେ

ଘରଚଟିଆର କିଁଚିର ମିଚିଁର ସ୍ୱର ଅଗଣା ମଝିରେ ପିଣ୍ଡାରେ

ପୁ

ଷି ବିଲେଇ ସହ ଖେଳ

ବଉଳା ଗାଈ ସହ ମେଳ

ଲାଗୁଥିଲା କେତେ ଅମାୟିକ ସ୍ୱପ୍ନିଳ


ମୋତେ ଲାଗୁଥିଲା ବାଦ ବିବାଦ ପ୍ରମାଦ ସବୁ

ଲାଜରେ ମୁଁହ ଲୁଚେଇ 

ଭଲ ପାଇବାର ବାସ୍ନା ଫୁଟେଇ

ଆପଣାର ଗ୍ରନ୍ଥିରେ ଦୀପାବଳୀର ଚୁନ୍ନି ବଲବ୍ ପରି ଝିକ୍ ମିକ୍ କରୁଛନ୍ତି


ଜ୍ୟେଷ୍ଠରୁ କନିଷ୍ଠ ମାନେ

ବୟୋବୃଦ୍ଧରୁ ଜ୍ଞାନବୁଦ୍ଧ ନାତିକୃଦ୍ଧ ମାନେ

ସରଳରେଖାରେ ବନ୍ଧା

ନୀତିବାଣୀର ମର୍ମେ ମର୍ମେ ଛନ୍ଦା


'ମା' ନାହିଁ ଆଜି ଦୂର ଗଗନେ ତାରା

ତା ପଣତ କାନି ସାତ ସପନ ପରା

ଯେମିତି କାଙ୍ଗାଳ ପରିକା ଜୀବନ

ସମସ୍ୟା ଘେରରେ 

ଜଞ୍ଜାଳ ବଳୟରେ

ବଞ୍ଚିତ ଆଶା ଚୌହଦୀରେ

ସବୁ କେମିତି ଶୃଙ୍ଖଳରେ ସନ୍ତୁଳା ଜୀବନ


ଭଲ ଲାଗୁନାହିଁ ବାକି ଜୀବନ

ମା ' ଲୋ ମା'

ତୋ କୂଳ ନନ୍ଦନ କରେ କ୍ରନ୍ଦନ

ତୋ ପାଖକୁ ଶୀଘ୍ର ଡାକି ନେ

ଏତିକି କରିବୁ ବୋଲି ଆଶା କରୁଛି

ହାତ ଯୋଡି ଦେଲି ଆଶାବାଦି ମନ


Rate this content
Log in

Similar oriya poem from Tragedy