STORYMIRROR

Jitendriya Behera

Abstract Romance Tragedy

3  

Jitendriya Behera

Abstract Romance Tragedy

ଦୁର୍ଘଟଣା

ଦୁର୍ଘଟଣା

4 mins
26.1K


ନିଶ୍ବାସ ବି ମୋର ରୁନ୍ଧି ହୋଇଗଲାଣି

ମନ ବିଚଳିତ ପ୍ରାଣ ସ୍ପନ୍ଦନହୀନ

କେମିତି ବା ବୁଝାଇବି 

ମୁଁ କେବେ ଏତେ ନିମ୍ନଗାମୀ ନୁହଁ

ହୋଇ ପାରେ ଦୁଃଖି କିମ୍ବା ଦୀନ ।

ତୁମ ପାଇଁ ମୋ ଗୋପନୀୟତାର ଅର୍ଥ କଣ

ନିଜକୁ ତ ଉନ୍ମୁକ୍ତ କଲି ତୁମ ପାଶେ

ପରଶି ଦେଲି ଥର ଥର କରି ଅନେକ ଥର

ବିବେକ ବିଚାର ଏମିତିରେ ବି ତମେ ବୁଝିଲନି

ଶେଷରେ ମୁଁ ଢାଳି ଦେଲି ଲୁହ ସହ

ମୋ ଦେହର ରୁଧିର ।

ସ୍ଥାଣୁ କଲି ତୁମ ପାଇଁ ସମୟକୁ

ପବନ କୁ କଲି ବେଗହୀନ

ଝରଣା କୁ ଥିର କଲି

ଫୁଲ ଶୂନ୍ୟ କଲିବି କାନନ 

ତାରୁଣ୍ୟର ସଂଗୀତ କୁ ଭୁଲି

ତୁମ ପଥେ ହେଲି ମୁଁ ବାଟୋଇ

ହତବାକ ହୁଏ ଆଜି

ତମେ ଯେବେ କୁହ ମତେ

ତୁମକୁ ତ ଚିହ୍ନି ପାରୁ ନାହିଁ ।

ତୁହା ତୁହା ଏମିତି ଏ ବାଆ

ତଡି ନିଏ ମୋ ଜୀବନୁ ସୁଖ ସୌଭାଗ୍ୟ

ଆଉ କି ଲୋଡିବି କହ ତୁମ ଠାରେ

ତୁମ ସବୁ ଲୋଡିବାରେ

ଆସଇ ବୈରାଗ୍ୟ ।

ଦିନା କେତେ ସୁଖେ ବିତେ

ହସ ଖୁସୀ କେତେ ଭଲମନ୍ଦ

କେତେ ପୁଣି ପ୍ରେମାଳପ

ତା ମଧ୍ୟରୁ ଅସୀମ ଆନନ୍ଦ

ସାଇତି ମୁଁ ରଖିଥାଏ

ଆଗନ୍ତୁକ ଝଡ ଲାଗି ଯାହା

ଦୁଃଖ ଦିଅ ପ୍ରିୟତମା 

ତୁମ ପ୍ରେମ ଦିଏ ମତେ ସାହା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract