STORYMIRROR

Panchanan Jena

Tragedy

4  

Panchanan Jena

Tragedy

ନିର୍ଜନ ଦ୍ବୀପରେ

ନିର୍ଜନ ଦ୍ବୀପରେ

1 min
273

କବିତା - ନିର୍ଜନ ଦ୍ୱୀପରେ

ରଚନା - ପଞ୍ଚାନନ ଜେନା

ତାରିଖ -୨୭-୨-୨୦୨୫

!


କେହି ଡାକିଦେଲେ ମଉସା

 ଜାଣେତେ ଅଜାଣତେ

ବୟସ୍କର ଛାପ ଦିଶିଯାଏ


କେହି କହି ପକେଇଲେ ମାମୁଁ

ସମ୍ମାନେ ଅସମ୍ମାନେ

ବୟସର ଅପରାହ୍ନ ଆସିଯାଏ


ଧଳାବାଳ କିଛି ଗଜୁରିଲେ

ନିଶରେ ଅବା କାନମୂଳେ

ସେବାନିବୃତ୍ତ ବୟସ ଦସ୍ତକଦିଏ


ବୟସ ବଢିଲେ

ବୟସ୍କ ଦିଶିଲେ

ସେବାନିବୃତ୍ତ ହେଲେ 

କିଛି ଅସୁବିଧା ନାହିଁ


କେବଳ ଆଶା କବର ନେବାର ବୟସ

କେବଳ ଇଚ୍ଛା ପ୍ରକାଶରେ କୁଣ୍ଠା ଅଳସ

କେବଳ ବସ୍ତୁ ହାତେଇବାରେ ଅୟସ

ସ୍ବପ୍ନ ସାଗର କୂଳେ

ଶାମୁକାର ଭଗ୍ନ ବୁକୁ ତଳେ

ମାଳ ମାଳ ନଗ୍ନତାର ହୁତାସନ ଛଳେ

ଅସାଧାରଣ ଅଭିପ୍ସା ଆଜି ସାଧାରଣ ପାୟସ


କଳି କଜିଆ ଲଢ଼େଇ

ତର୍କ ବିତର୍କ ବଢ଼େଇ 

ବଦଳରେ

ମନ ଖୋଜିବୁଲେ

ବନ୍ଦ ରୁମ୍ ଗୁମସୁମ୍ ସହର

ଏକାନ୍ତ ନିକାଞ୍ଚନ ନିରୋଳା ପ୍ରହର

ମୋବାଇଲ୍ ସହିତ ୱାଇ ଫାଇ ସ୍ଫିଡ଼ ପ୍ରଖର


ମୋ ଦୁନିଆ ଆଙ୍ଗୁଳି ଟିପରେ

ମୋ ସମୟ ହାତ ମୁଠାରେ

ମୋ ଜୀବନ ନିରୋଳା ବେଳାରେ

ମୋ ସ୍ଵାଧୀନତା ନିର୍ଜନ ଦ୍ୱୀପରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy