STORYMIRROR

Panchanan Jena

Tragedy

4  

Panchanan Jena

Tragedy

ପ୍ରପଞ୍ଚ ପଳାତକ

ପ୍ରପଞ୍ଚ ପଳାତକ

1 min
267


ମରେ ନାହିଁ କେହି 

ବିରହ ପ୍ରେମରେ

ବିଫଳ ଜ୍ୱାଳାରେ

କେବଳ ହତ୍ୟା ହେଉଥାଏ 

କିସ୍ତିରେ କିସ୍ତିରେ

ଅଦୃଶ୍ୟ ଉକ୍ତିରେ


ତରେ ନାହିଁ କେହି

ସ୍ମୃତିର ଝାସକୁ

ଡରେ ନାହିଁ କେହି

ପଙ୍କିଳ ପ୍ରେମକୁ

ହାରେ ନାହିଁ କେହି

ବେଦନା ବିଳାପକୁ

ସରେ ନାହିଁ କେହି

 ଚିତ୍କାର ସିତ୍କାରକୁ


ଜଳେ ନାହିଁ କେହି

ନିରୋଳା ପ୍ରହରେ 

ଡରେ ନାହିଁ କେହି

ରାତ୍ରୀର କୋଳରେ 

ବଞ୍ଚେ ନାହିଁ କେହି

 ନିଃଶ୍ୱାସେ ପ୍ରଶ୍ଵାସରେ

କଷ୍ଟ ଭୋଗୁଥାଏ 

ଚେତନା ପରଶରେ

ଉତ୍କର୍ଷ ଭାବନା ବିଶ୍ଵାସରେ


ମରୁଥାଏ 

ଭିତରେ ଭିତରେ 

ଝୁରୁଥାଏ

 ନିତି କର୍ମ ଜଞ୍ଜାଳରେ

ଭାବୁଥାଏ

ଅନ୍ତରେ ଅନ୍ତରେ

 ଖୁଣ୍ଟୁଥାଏ 

ପ୍ରତି ନିରୋଳା ଅନ୍ତରେ


ହସୁଥାଏ

ଉପରେ ଉପରେ

 ଲାଗୁଥାଏ ସୁସ୍ଥ ସବଳ ଶରୀରା

ଗଳୁଥାଏ

ଭିତରେ ଭିତରେ

ଦୁସ୍ଥ ନି8ର୍ବଳ ଦୁର୍ବଳ ମରା

ଯେମିତି ଫୁଲ ଫଗୁଣର ଦୋଳିରେ

 ଝୁଲୁ ଝୁଲୁ

ହଠାତ୍ ଛିଡି ପଡିଗଲା ଅଗ୍ନି ପଟଳ ପରା


ସତରେ ପ୍ରେମରେ ପ୍ରତ୍ୟାଖାନ 

ସତରେ ସ୍ନେହରେ କୁତ୍ସାରଟନ

ବିଷକୁମ୍ଭ ପୟୋମୁଖ ପରି

ଉପରେ ଚଳ ଚଞ୍ଚଳ ମନ ପବନ

ଭିତରେ ସୁଖି ସାରିଲାଣି ଅଙ୍କୁର ଆଗମନ


କଥାରେ କହନ୍ତି

ମୃତ୍ୟୁ ହିଁ କଠୁର ସତ୍ୟ

ଶେଷ ଯାତ୍ରାର ନିଷ୍ଠୁର ମହାସତ୍ୟ

ମାତ୍ର ନିତିଦିନ ଭାବିବା ଆଉ ମରିବା

ଜୀବନ ଯୁଦ୍ଧରେ ହାରିଯିବା

ଜିତୁ ଜିତୁ ପାଦ ଖସଡି ଯିବା

ଜିତୁଥିବା ବାଜି ହାତରୁ ଖସି ପଳେଇବା

ଏମିତି ପରାଜୟ ଗ୍ଳାନିରେ ଦହଗଞ୍ଜ

ଶେଷ ମରଣ ଠାରୁ କିବା ପଳାତକ ପ୍ରପଞ୍ଚ


ଭାବିଲ ଦେଖି

ଜନ୍ମ ଅଛି ମାନେ ମରଣ ନିଶ୍ଚୟ

ନିତି ତିଳ ତିଳ ମରଣ ଭୋଗିବା

ସଞ୍ଜ ସକାଳେ ମୃତ୍ୟୁର ତାଣ୍ଡବ 

ସପନେ ଶୟନେ ଗ୍ଳାନି ପରାଭବ

ଭୋଜନେ କର୍ମଣେ ବିରହ ଜାନ୍ତବ

କହ ଦହ କରେ ଅସୁମାରୀ

ଖଣ୍ଡ ଖଣ୍ଡ କରି ଦଣ୍ଡ ଦେଉଥାଏ

ଯେସନ ଖଣ୍ଡା ଚୋଟରେ ହାଣୁ ଥାଏ

ଛାତି ତଳେ ସାଇତା ପ୍ରେମ ନଗରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy