STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ନୂଆଖାଇ ଜୁହାର

ନୂଆଖାଇ ଜୁହାର

1 min
25


ସମଲପୁରିଆ ହୁଅ କି ଭାଇ

   ପଶ୍ଚିମ ଓଡିଶା କୁହ,

ଯାହା ହୁଅ ପଛେ ତୁମେ ବି ଖାଣ୍ଟି

   ଓଡ଼ିଆ ଘରର ପୁଅ‌।

ପୂର୍ବ‌ ପଶ୍ଚିମ ରେ ତାରତମ୍ୟ 

    ନାହିଁ ଟିକିଏ‌ ମାତ୍ର,

ଆମେ ଓଡ଼ିଆ ତୁମେ ଓଡ଼ିଆ 

   ଗୋଟିଏ ହାର ସୁତ୍ର।

ତୁମେ କି ଆମେ ଏକ ଅଭିନ୍ନ

    ଗୋଟିଏ ମାଆ ପୁଅ,

ଆମମଧ୍ଯରେ ଭାବ ନୀବିଡ

   ଭାଇଚାରାର ସ୍ନେହ।

ସ୍ନେହ ମମତା ବନ୍ଧନ ପରା

   ଆମେ ଯେ ଉତ୍କଳୀୟ,

କେନ୍ଦ୍ରାପଡ଼ିଆ ଆମେ କି ତୁମେ 

    ସମଲପୁରିଆ ହୁଅ।

ଉତ୍କଳ ମାଟି ଦିଅନା ବାଣ୍ଟି

    କୋଶଳ ରାଜ୍ୟ କରି,

ଭାଇ ଭାଇ ଠୁଁ ଅଲଗା ହେବା

    ଅସୁନ୍ଦର ଏ ଭାରି।

ପୂଜା ପାର୍ବଣ ଯାତ୍ରା ଉତ୍ସବ

    ପାଳିବା ମିଳିମିଶି,

ଛାତିରେ‌ ଛାତି ମିଳେଇ ଦେବା

    ବଞ୍ଚିବା‌ ହସିହସି।

ଏଥିରେ କିଛି ଅସୁବିଧା କି

    କହିବ ଭାଇ ଅଛି,

ଅସୁବିଧା ତ ନାହିଁ ଏଥିରେ 

    ବରଂ ଫାଇଦା‌ ଅଛି।

ନୂଆଖାଇ କି ରଜ ଦଶରା

    ପାଳିବା ଭାଇ ମିଶି,

ଗଣପର୍ବର ସାର୍ଥକ ହେବ

    ଭାବନି ଆଉ କିଛି।

ଆସରେ କୋଳାକୋଳି‌ ହୋଇବା

   ଛାତିରେ ମିଶୁ ଛାତି,

ପବିତ୍ର ନୂଆଖାଇ ତିଥିରେ 

    ଜୁହାର୍ କରୁଅଛି, 

ଆମେ ତ ଅଗଣିତ ପତର

   ଗୋଟିଏ ବୃକ୍ଷ ଡାଳେ,

ଆମେ ଅନେକ ବାସର ଫୁଲ 

    ଗୁନ୍ଥା ଗୋଟିଏ ହାରେ।

ପୁର୍ବ ପଶ୍ଚିମ ଉତ୍ତର ଦକ୍ଷିଣ

    ନାହିଁ ତ ଭେଦାଭେଦ,

ଗୋଟିଏ ବହି ଅକ୍ଷର ଆମେ

    ଏକତା ତାର ଶବ୍ଦ।

ତୁମଆମର ନୁହେଁ ଏ ପର୍ବ

   ଏ ପରା ଗଣପର୍ବ,

ଜାତି ଅଜାତି ପ୍ରଶ୍ନ ଊଠୁନି 

   ଉତ୍କଳ ଆମ ଗର୍ବ‌।

ଭାଦ୍ରମାସର ଶୁକ୍ଲ ପଞ୍ଚମୀ

   ତିଥିରେ ନୂଆଖାଇ,

କୃଷି କୃଷକ, ପ୍ରକୃତି ମିତ୍ର 

   ଭାବରେ ବାନ୍ଧିଥାଇ।

ଖିଆପିଆ କି ନାଚ ମ‌ଉଜ

   ଖୁସିର ବେଳ ଏହି,

ନୂଆ ଶସ୍ଯର ଭୋଗ ଖାଇବେ

   ମାଆ ମୋ ସମଲେଈ।

ବଲାଙ୍ଗୀର ମା'ମାଣିକେଶ୍ଵରୀ

   ପାଖେ ନବାନ୍ନ‌ ହୁଏ,

ଅବଶ୍ୟ ସେଠି ଭିନ୍ନ ତିଥିରେ

   ଏ ପର୍ବ ପଡ଼ିଥାଏ ।

ନୂଆ ଖାଇବା ନୂଆ ପିନ୍ଧିବା

   ବନ୍ଧୁବାନ୍ଧବ ମେଳେ,

ପନ୍ଦର ଦିନୁଁ ହୁଏ ପ୍ରସ୍ତୁତି

   ଶେଷଟି ନବାନ୍ନରେ।

ଦେଶ ବିଦେଶେ ଏ ଗଣପର୍ବ

   ଲୋକେ ବି ପାଳିଲେଣି,

ସଂସ୍କୃତି ପ୍ରତି ଆମର ପ୍ରୀତି 

    ଶରଧା ବଢିଲାଣି।

ସାରା ଓଡ଼ିଶା ଗୋଟିଏ ସୂତ୍ରେ

   ବାନ୍ଧିବା ଲକ୍ଷ୍ୟ ନେଇ,

ଏହି ଉତ୍ସବ କହୁଛି ଯାହା

   ଅନ୍ଯ କଥାଟି ନାହିଁ। 

ଆମେ ବି ଧୁମ୍‌ଧାମ୍‌ରେ ଏଠି

   ପାଳୁଛୁ‌ ନୂଆଖାଇ‌,

ପାରୁଛ ଯଦି ଦେଖି ଯା' ଆସି

   ସମ୍ଵଲପୁରିଆ‌ ଭାଇ।

ଆଜି ଏଦିନେ ଈର୍ଷା ଛାଡିବା

   ଧରିବା ନୂଆ ରାସ୍ତା,

ସମାଜ ଏକ ସୂତ୍ରେ ବାନ୍ଧିବା

   ବାଣ୍ଟିବା ପ୍ରେମ ବାର୍ତ୍ତା।

ସଂସାର ହିତେ ନୂତନ ଜ୍ଞାନ 

    ନୂଆଖାଇରେ ଖାଇ,

ସୌହାର୍ଦ୍ଦ୍ୟେ ଦିନ ବିତାଇ ଦେବା

    ଦୃଢ଼ ଶପଥ‌ ନେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy