STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଗୋଲକଧନ୍ଦା

ଗୋଲକଧନ୍ଦା

1 min
314

କବିତା - ଗୋଲକଧନ୍ଦା

ରଚନା - ପଞ୍ଚାନନ ଜେନା

ତାରିଖ -୨୭-୨-୨୦୨୫


ନିତି ମାନ ଗୁମାନ ଅପମାନ ଅଭିମାନ

ନିତି କଥା କଟା କଟି ଯନ୍ତ୍ରଣା ଯାପନ

ମଝିରେ ଲମ୍ବା ଅଭିଯୋଗ ବଖାଣ

ଦୁଇ ଚାରିଦିନ ବ୍ୟବଧାନ ପୂରଣ

ପୁଣି ପୁରୁଣା ପାଠର ଚର୍ବିତ ଚର୍ବଣ

ନୀରବତାର ବନ୍ଦ ମୁଁହ ମୁହାଣ ପାରାୟଣ


କେବେ ଲୁହ ଧାରେ ଦିଶିଯାଏ

କେବେ ହସ ଗାରେ ଫୁଟିଥାଏ

କେବେ କଷ୍ଟ ବାରେ ଫାଟିଥାଏ

ଜୀବନର ବ୍ୟଥା ଅବସାଦ ହାରିଯାଏ

ସବୁ ପାଣି ଫୋଟକା ଫୁତ୍କାର ପାର୍ବଣ


କେବେ କରୁଣାର ହାତ ଲମ୍ବିଯାଏ

କେବେ ଅତ୍ୟାଚାର ଲାତ ରାଗୁଥାଏ

ପରିସ୍ଥିତି ଚକ୍ରରେ ଚକାଉଉଁରୀ ପରି ଘୁରୁଥାଏ

କାରୁଣ୍ୟ ତାରୁଣ୍ୟ ଆରୁଣ୍ୟ ନାରାୟଣ


ସଂସାରୀ ଜୀବନ ବୋଧେ ନଛୋଡ଼ବନ୍ଧା

କେବେ ପଦ୍ମତୋଳା ମନ୍ତେ ତନ୍ତେ

କେବେ ସମ୍ମୋହନ ମାୟା ଜନ୍ତେ

କେବେ କାରୁଣ୍ୟର ମୁକ୍ତା ପତ୍ରେ

ପଙ୍କଜ ଜଳଜ ପରି ବାଛିପଡ଼େ ଗୋଲକଧନ୍ଦା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy