STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଖୁସିମନ୍ୟତା

ଖୁସିମନ୍ୟତା

1 min
8



ଭଡ଼ାଘର କୁହ ବା ଉଡ଼ାଘର

ସ୍ମୃତିର ଘୁମନ୍ତ ଜୀବନ୍ତ ଗନ୍ତାଘର

ଜୀବନ ଦେଉଳର ବାଇସି ପାହାଚ ପରି

ଅତୀତ ଇତିହାସର ସ୍ମରଣୀୟ ସୃଜନାକ୍ଷର


ଚାକିରି ସ୍ଥାନାନ୍ତରଣ ସହିତ

ବଦଳିଯାଏ ସିନା ବାସସ୍ଥାନ 

ନୂଆ ଠିକଣା ସ୍ଥାନ

ମାତ୍ର ଚିରସ୍ଥାୟୀ ରହିଯାଏ ମାୟା

ବାଇଚଢ଼େଇ ବସାର ନିର୍ବାକ ଚଳଚିତ୍ର 

ପରି ଛାପିଯାଏ

ମନ ଅଳିନ୍ଦରେ ଛାୟା

ଖୋଜାପଡ଼େ ଅବଶ୍ୟ ଅନ୍ୟ ଏକ ନୀଡ଼

କିଛିଦିନ ବସା ବାନ୍ଧିବାକୁ

ସପରିବାର ମୁଣ୍ଡ ଗୁଞ୍ଜିବାକୁ 

ନୂଆ ସହରେ ରହିବାକୁ 

ବାଧ୍ୟ ସନ୍ତାନ ପରି 

ବୟସ କଟେଇବାକୁ 

ସବୁ ମାୟାରେ ବାୟା

ମାତ୍ରା ଭୂଲି ହୁଏନା ସେହି

 ଉଡ଼ାଘରର କଳା ଧଳା ଛାୟା

 ଘୁମନ୍ତ କଳ୍ପବଟ ପରି ଧୂଳି ଧୂସରିତ କାୟା


ମାତ୍ର ଘୋର ବିଡମ୍ବନା

ପଛେ ରହିଥାଏ ଅତୀତର ଇସ୍ତାହାର

ସ୍ଵର୍ଣ୍ଣାଭ ବାଲ୍ୟ କୌଶୁର ବେଳର ବତୀଘର

ସଂପର୍କର ଫୁଲମାଳେ ଗୁନ୍ଥା ଅନେକ

ଛିଣ୍ଡି ପଡନ୍ତି ଖସି ପଡନ୍ତି 

ମାତ୍ର ମନ ପବନରେ ଖୁସିଫୁଲ ପରି 

ସଦା ସର୍ବଦା ତାଜା ସୁବାସ ବିତରିଥାନ୍ତି 


ଭଡ଼ା ଘର ବଦଳେଇଦେଲେ 

ବହୁତ କିଛି ପଛରେ ଛାଡିଯାଏ

ଭଲ-ଭେଲ ମାଉସୀ ପଡ଼ୋଶୀ

ଗଛ ଗଳି ସାଙ୍ଗ ସାଥୀ ଷୋଡ଼ଶୀ

ଦୋକାନ ହାଟ ସ୍କୁଲ ମନ୍ଦିର

ପୂଜା ପାର୍ବଣ ଯାତ୍ରା ବଜାର


ଚିହ୍ନା ମୁଁହମାନେ ମହଳଣ ଦିଅନ୍ତି

ନିତି ଦିନିଆ ରାସ୍ତା ଅଚାନକ 

ଗନ୍ତବ୍ୟହ

ୀନ ଅର୍ଗଳି ସାଜନ୍ତି 

ଯେଉଁ ଗଳିରେ ଖେଳୁଥିଲି 

ସେ ଆଜି ମୋତେ ଭୂଲି ଯାଇଛି

ସେହି ଖେଳ ସାଙ୍ଗମାନଙ୍କୁ ଫେସବୁକରେ

ଖୋଜୁଛି

ମିଳିଗଲେ ବହେ ଗପୁଛି

ରୋମନ୍ଥନର ତଳେ ତାଳେ

ଅତୀତ ଆଇନାରେ

କିଛି ସମୟ ପଛକୁ ଫେରିବାର ଯେ ମଜା

ବାରମଜା ଚୋବେଇବା ପରି ମଜା ଲାଗୁଛି


ସମୟ ଚକର କଡ଼ା ନିର୍ଦ୍ଦେଶ

ମାନିବାକୁ ପଡ଼େ ଛାର ମଣିଷ

ଭଡ଼ାଘର ଛାଡିଲେ 

ଗୋଟେ ପରିବାର

କାତି ଛଡ଼ା ସାପପରି ବଦଳେ

ମାତ୍ର ସେ ପରିବାର ପାଇଁ

ଅସରନ୍ତି ସଂପର୍କ ସଂବନ୍ଧ ବିସ୍କୃତିରେ

 ପୁରାତନ ସଭ୍ୟତା ପରି ଲୁଚି ଚାହାନ୍ତି

କେବେ କେମିତି ଭେଟ ଘାଟ ହେଲେ

ପ୍ରତ୍ନତତ୍ତ୍ଵ ବିଭାଗର ଖନନ ପରି

ଅତୀତ ଗର୍ଭରୁ 

ପୁଣି ପରିପ୍ରକାଶ କରେ

ସେହି ଉଡାଘର ସହିତ ଜଡିତ

ଇତିହାସ ଭୂଗୋଳ 

ସେହି ଉଡାଘର ସହିତ ମିଶ୍ରିତ

ପ୍ରଥମ ପ୍ରେମର କଳରୋଳ

ପ୍ରଥମ ଜନ୍ମଦିନ ବେଳର ଖୀରି ପୁରି ସହିତ

ଭୁରି ଭୋଜନ

ପୁଣି କେତେ ଘଟଣା ଦୁର୍ଘଟଣା ଜନିତ

ମାଡ ଗାଳି ବିଧା ଚାପୁଡ଼ା କ୍ରନ୍ଦନ


ନିଜ ନୀଳୟରେ ଆଜି

 ବନ୍ଦୀ ଜୀବନ ବ୍ୟସ୍ତତା

କର୍ମ ବହୁଳତା ସହିତ ସମସ୍ୟା ଜଟିଳତା

କିନ୍ତୁ ସେହି ଉଡାଘରର ସ୍ଵାଧୀନତା

କିନ୍ତୁ ସେହି ଉଡାଘରର ସ୍ଵଚ୍ଛଳତା 

ମନେ ପଡିଗଲେ

ପେଟରେ ଘନ ଘନ ହାହାକାର 

ଅତୀତ ସ୍ମୃତି ବିଜଡିତ ଅନ୍ୟମନସ୍କତା

ଛାତି କୋରି ହୋଇଯାଏ 

ଶୂନ୍ୟନା ଭିତରେ ବି ବାରିପଡ଼େ ଖୁସିମନ୍ୟତା |


Rate this content
Log in

Similar oriya poem from Tragedy