STORYMIRROR

Basanta Manjari Das

Tragedy

4  

Basanta Manjari Das

Tragedy

ଅବ୍ୟକ୍ତ ପ୍ରେମ

ଅବ୍ୟକ୍ତ ପ୍ରେମ

1 min
369


ଓଲରା ଚାଳର ଗଣ୍ଠି ବାଣ୍ଟି ଦେଇ

   ଝାଟି ମାଟି ରୂପ ଧରି

ପଟିତକ ଖୋଲି କଟି ଦୋହଲାଇ

   ଝୋଟି ରଙ୍ଗ ଦିଏ ଝାରି

   ବାରି ହୋଇ ପଡେ ପ୍ରେମ

ଅବ୍ୟକ୍ତ ଯେଣୁ ସେ ଅନୁଢ଼ା ତରୁଣୀ

   ବଦଳାଇ ଦିଏ ନାମ ।

ବର୍ଷା ଭିଜା ଚାଳ ବଳ ହରା ଯେଣୁ

   ଛଳ ଛଳ ଆଖି କୋଣେ

କଳନା କରୁଛି ନୀରବେ ଝୁରୁଛି

    ଶାଳତରୁଭରା ବଣେ

    ମାଳ ମାଳ ସ୍ମୃତି ରାଜି

ଉତୁରା କାନ୍ଥର ବତୁରା ମାଟିରୁ

    ପ୍ରେମ ଫୁଲ ହୁଏ ଖୋଜି ।

ଧଉଳା କାନ୍ଥର ମଉଳା ମାଟିରେ

    ବାଉଳା ହେଉଛି ସିନା

ଭେଳା ଭେଳା ହୋଇ ବାଦଲ କୋଳର

    ଜଳ କରେ ଆନମନା

    ଦାନାବନ୍ଧା ଆଶାତକ

ଚୂନା ହୋଇଯାଏ ଅବ୍ୟକ୍ତ ପ୍ରେମର

    ଚିହ୍ନ ଦିଶେ ଜକ ଜକ ।

ମନ ଭୋକ ତକ ଜ୍ଞାନ ହରା ହୋଇ

    ଧ୍ୟାନକୁ କରିଛି ସାକ୍ଷୀ

ମୀନଟିଏ ପରି ଜୀବନ କୋଳରେ

    ପହଁରାଇ ନିଏ ଆଖି

    ପ୍ରେମ ଫୁଲ ରଙ୍ଗ ହରା

କାମ କମକୂଟ ଦିଶେ ଝଟ ଝଟ

    କୀଟ ଦଂଷ୍ଟ ପ୍ରେମ ଖଳା ।


     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy