STORYMIRROR

Lilabati Padhi

Tragedy Inspirational

4  

Lilabati Padhi

Tragedy Inspirational

ନାହିଁ

ନାହିଁ

1 min
325

କହନ୍ତି ସମସ୍ତେ କାନ ଥିଲେ ସୁନା

     ସୁନା ଥିଲେ କାନ ନାହିଁ,

ଆଜିକାଲି ତାହା ଦେଖିବାକୁ ମିଳେ

     ସବୁ ଥାଇ କିଛି ନାହିଁ ll


ଫେସବୁକରେ ମୋର ଶହ ଶହ ସାଙ୍ଗ

       ଆନ୍ତରିକ ଜଣେ ନାହିଁ,

ଲକ୍ଷ ଲକ୍ଷ ଲୋକ ମନ୍ଦିର ଯାଆନ୍ତି

       ଭକ୍ତିଭାବ କାହାର ନାହିଁ ll


ହଜାର ହଜାର ମେଡିକାଲ ଥାଇ

      ରୋଗି ଭଲ ହୁଏ ନାହିଁ,

ଲକ୍ଷ ଲକ୍ଷ ପିଲା ଡାକ୍ତରି ପଢ଼ନ୍ତି

        ରୋଗ ମଧ୍ୟ କମେ ନାହିଁ ll


ଆଇରନ, ପ୍ରୋଟିନ ସମସ୍ତେ ଖାଆନ୍ତି

      ଶକ୍ତି କା ଦେହରେ ନାହିଁ,

କ୍ଷୀର ପକେଟ କୁ କିଣନ୍ତି ସମସ୍ତେ

       ଗୁହାଳ କା ଘରେ ନାହିଁ ll


ପୋଷା ଜୀବଜନ୍ତୁ ଆଦର ପାଆନ୍ତି

       ନିଜ ରକ୍ତ ପାଏ ନାହିଁ,

ପୁଅ କିଣିଅଛି କୋଠା ଘର ସିନା

       ବାପା, ମା (ପାଇଁ )ଜାଗା ନାହିଁ ll


ପେଟେ ଭୋକ ଶୋଷ ଯାହା ପାଖେ ଅଛି

       ଖାଇବା ତା ପାଖେ ନାହିଁ,

କ୍ଷୀରି, ପୁରି, ଲଡ଼ୁ ଯାହା ପାଖେ ଭର୍ତ୍ତି

        ଭୋକ ତାକୁ ହୁଏ ନାହିଁ ll


ମେଧାବୀ ଛାତ୍ରର ଉଚ୍ଚ ଶିକ୍ଷା ପାଇଁ

       ବାପାର ପଇସା ନାହିଁ,

ଲକ୍ଷ ଲକ୍ଷ ଟଙ୍କା ସାରେ ଯୋଉ ବାପା

        ପୁଅ ପାଠ ପଢୁ ନାହିଁ ll


ଭଙ୍ଗା ଘରେ ଯିଏ ଜାଉ, କାଞ୍ଜି ଖାଏ

      ମର୍ଯ୍ୟାଦା ସେ ପାଏ ନାହିଁ,

କୋଠା, ଗାଡି, ଧନ ଯାହା ପାଖେ ଅଛି

      ଶାନ୍ତି ତା ପାଖରେ ନାହିଁ ll


ନୀତିବାଣୀ ଏଠି ସମସ୍ତେ ଶୁଣାନ୍ତି

     କାଣ୍ଡଜ୍ଞାନ କାହାର ନାହିଁ,

ଭଲ ମନ୍ଦ ଜାଣି ଭୁଲ କରୁଛନ୍ତି

     କଳିଯୁଗ ପରା ଏହି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy