STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଟିକି ଟିକି ଚଢ଼େଇ

ଟିକି ଟିକି ଚଢ଼େଇ

1 min
277

ଟିକି ଟିକି ଫୁଲ ଫୁଟିଛି 

   ଦେଖ ବଗିଚା ସାରା,

ବଗିଚା ସୁନ୍ଦର ଦିଶୁଛି

   ବାସ ମହକେ ପରା।


ଟିକି ଟିକି ତାରା ଝଟକେ

   ଦେଖ ଆକାଶ ସାରା,

ପ୍ରତିଓଠେ ହସ ଫୁଟାଅ

   ହସି ଉଠୁ ଏ ଧରା ।


ଟିକି ଟିକି ବିନ୍ଦୁ ଜଳରେ

   ମିଶି ହୋଇଛି ସିନ୍ଧୁ,

ଟିକି ଟିକି ଧୂଳି କଣାରେ

   ଶୋଭା ଧରିତ୍ରୀ ବଧୂ।


ଟିକି ଟିକି ମନ ମିଶିଲେ

   ହେବ ଜଗତ ଜିଣା,

ଟିକି ଟିକି ଭାବେ ସଂସାରେ

   ପ୍ରେମ ଯେ ବିକାକିଣା।


ଟିକି ଟିକି ଡେଣା ମେଲାଇ

    ଟିକି ବାଇ ଚଢେଇ,

ଉଚ୍ଚ ତାଳଗଛେ ସୁନ୍ଦର

    ବସା ତୋଳୁଛି ସେହି।


ଟିକି ଟିକି ଜୀବ ପିମ୍ପୁଡ଼ି

    ଦେଖ ଟିକି ପାଦରେ,

ଏକତା ସୂତ୍ରରେ ଆଗକୁ

    ମାଡ଼ି ଚାଲନ୍ତି ଧୀରେ।


ଟିକି ଟିକି ମଧୁମକ୍ଷୀକା 

    ମଧୁ ଫେଣାରେ ରଖେ,

ଆପଣା ସାଇତା ଆହାର

    ଦିଏ ଅନ୍ୟର ମୁଖେ।


ଟିକି ଟିକି ବହି ଅକ୍ଷର

    ଦିଏ ଅମୂଲ୍ୟ ଶିକ୍ଷା,

ଟିକିଏ ବିନୟ ବଚନ

   ଭାରି ଲାଗ‌ଇ ମିଠା।


ଟିକି ଭାବି କେବେ କାହାକୁ

   ମନେ ହେୟ ନ କର,

ଆଜି ଯିଏ ଟିକି ନିଶ୍ଚୟ

   କାଲି ହୋଇବ ବଡ଼।


ଟିକି ଟିକି କଥା ତୁମର 

    ପିଲେ ଲାଗ‌ଇ ଭଲ,

ଆଜିଠାରୁ ମନ ଦେଇକି

    ପାଠ ପଢ଼ରେ ଭଲ।


ପିତାମାତା ଗୁରୁ ଗରିଷ୍ଠେ

    ଭକ୍ତି ସଦା କରିବ,

ରାଗ,ହିଂସା ,ଦ୍ଵୈଷ ଭୁଲିବ

    ସୁନା ପିଲା ହୋଇବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy