STORYMIRROR

pawan Mohakul

Abstract Tragedy Inspirational

4  

pawan Mohakul

Abstract Tragedy Inspirational

ଶୁଆ ଶାରି

ଶୁଆ ଶାରି

1 min
363

ବୁଡ଼ି ଯାଉଥିଲେ ବାରୁଣୀ ଦିଗରେ

ପ୍ରଭାକର ରଙ୍ଗ ବିଞ୍ଚି,

ଗୋଠ ଫେରୁଥିଲା ଗୋଧୂଳି ଉଡ଼େଇ

ନିଡ ଅଭିମୁଖେ ପକ୍ଷୀ । (୧)

ଗଛ ପଚାରିଲା କହଲୋ କସ୍ତୁର

ମନ କରୁ କାଇଁ ଉଣା,

ନୀରବରେ ବସି ସବୁବେଳେ କାଇଁ

ଢାଳୁ ଅଛୁ ଅଶ୍ରୁଧାର । (୨)

ଭାଙ୍ଗି ଯାଇଥିଲେ ଗଢେଇ ଦେବି ମୁଁ

ହଜି ଯାଇଥିଲେ ଦେବୀ ଖୋଜି,

ନିରବତା ଭାଙ୍ଗି କହ ଥରେ ଶୁଆ

କିସ ଭାଳୁ ବସି ବସି । (୩)

ସହସ୍ର ବର୍ଷର କୋହ ବେଦନାକୁ

ଆଖି ବାଟେ ଦେଇ ଢାଳି

ଶୁଆ କହେ ଆହେ ଶାଗୁଆନ ଭାଇ,

ପାରିବୁକି ମତେ କହି ?

କାହିଁ ଗଲେ ମୋର ରାଧିକା ସୁନ୍ଦରୀ

ମୋତେ ଏକା କରି ଦେଇ ? (୪)

ବରଷା ଝଡିରେ ବାହାରିଲେ ଦିନେ

ଆହାର ଯୋଗାଡ଼ ପାଇଁ,

ନୀଡ ପକ୍ଷୀ ଆଉ ନୀଡ଼କୁ ନଫେରି

ହଜିଗଲେ କହ କାହିଁ..? (୫)

ହାତ ଧରି ମୋର କହିଥିଲେ ଦିନେ

ଚାଲିବି ମୁଁ ତୋର ସାଥେ

ଛାତିର ସ୍ପନ୍ଦନ ଚାଲୁଥିବା ଯାଏ

ଥିବି ତୋର ପାଖେ ପାଖେ । (୬)

ହରିନାମ ଭଜି ଉଡ଼ି ବୁଲୁଥିଲୁ

ବନ ରାଇଜଟା ସାରା,

ମୋ ଖୁସି କୁ କିଏ ନଜର ଲଗେଇ

ମୋତେ କଲା ସର୍ବହରା ? (୭)

ପବନର କଣ୍ଠ ରୁଦ୍ଧ ହୋଇଗଲା

କହିଲା ସେ ଦମ୍ଭ ଧରି,

ଫେରିବ ନାହିଁ ସେ ଆଉ କେବେ ଶୁଆ

ଗଲେ ପଛେ ଯିବୁ ମରି । (୮)

ତୋ ଅପେକ୍ଷା କେବେ ହବନି ରେ ଅନ୍ତ

ସେ ନାହିଁ ଏ ମର୍ତ୍ତ୍ୟ ପୁରେ

ବୁଢ଼ା ଶିକାରୀଠୁ ବଞ୍ଚି ପାରିଲାନି

ରାଧିକା ସୁନ୍ଦରୀ ତୋର । (୯)

ଛିଡ଼ିଗଲା ସତେ ଆକାଶୁ ବାଦଲ

ଖସିଗଲା ତଳୁ ଭୂଇଁ

କସ୍ତୁର ନିଶ୍ବାସ ଶିଥିଳ ହୋଇଲା

ସେଇଠି ସେ ଗଲା ଟଳି । (୧୦)

ପ୍ରକୃତ ପ୍ରେମର ପରଶରେ ଥାଏ

ପବିତ୍ରତା ଆତ୍ମତୃପ୍ତି,

ମିଳନ ବିଚ୍ଛେଦ ଉର୍ଦ୍ଧରେ ରହନ୍ତି

ପ୍ରେମ କରୁଥିବା ପ୍ରେମୀ । (୧୧)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract