STORYMIRROR

arun sahoo

Tragedy Inspirational

4  

arun sahoo

Tragedy Inspirational

ଭାବ ଝରେ

ଭାବ ଝରେ

1 min
336

   

ଆଖିରେ ଆଖିରେ ଭାବ ବିନିମୟେ 

ଚାହାଣି ଠାଣିର ତାଳେ

ସୁଚନା ଘଟିତ ହୁଅଇ ସୁଚିତ

ଆଖିର ପଲକ ଢାଳେ।।୧

ଆଖିରେ ଆଖିରେ ଆଇନା ସମରେ ପ୍ରାଞ୍ଜଳ ଚିତ୍ର ଗୁପ୍ତ ରେ

କର୍ମ ଉତ୍ତମ କି କୁକର୍ମ ବିଷମ

ଆଖି ତ ସାକ୍ଷୀ ଗୁପ୍ତ ରେ।।୨

ମନ ଭାବି ଥାଏ କେହି ଦେଖି ନାହିଁ

ଗୁପ୍ତରେ ରଖିଛି ଆଖି

ପରମାତ୍ମା ଙ୍କୁ ସେ ସୁଚାଇ ଦିଏସେ

ସବୁ ପ୍ରମାଣର ସାକ୍ଷୀ।।୩

ନଦେଖି ଦୁଷ୍କର୍ମ ନମିଳଇ ଦଣ୍ଡ

ହୋଇ ନିଜେ ଆତ୍ମ ଘାତି

ଆଖିରେ ଆଖିରେ ହୋଇ ଆତ୍ମ ଗ୍ଳାନି

 ଦଣ୍ଡିତ ଆତ୍ମ ଅତୃପ୍ତି।୪

ସତ୍ କର୍ମ ଫଳେ ମିଳେ ଆତ୍ମ ଶକ୍ତି

ନିର୍ଭୟ ପ୍ରଫୁଲ୍ଲ ମତି

ଜ୍ଞାନ ର ଉଦୟ ବିଶାଳ ହୃଦୟ

ଦେବତ୍ବ ବର୍ଚ୍ଚସ୍ବ ପ୍ରାପ୍ତି।।୫

ଆଖିରେ ଆଖିରେ ସଂସାର ର ନୀତି

ଦର୍ଶନେ ହୋଇଛି ସୃଷ୍ଟି

ସୁସ୍ଥ ଦୃଷ୍ଟିକୋଣ ବିଚାରର ପଣ

ମାନବିକ ତାର ମୁଷ୍ଟି।।୬

ଆଖିରେ ଆଖିରେ ସ୍ପଷ୍ଟ ଭାବନା ରେ

କବିର କଳ୍ପନା ଛୁଟେ

ସମାଜକୁ ଦିଶା ଦେବାରେ କଲମ

ଚାଳନା ରେ ଭାବ ଫୁଟେ।।୭

ଆଖିରେ ଆଖିରେ ପ୍ରେମ ଆବିଳତା ସଂସାର ଚଳ ଚଞ୍ଚଳ

ଆଖିରେ ଆଖିରେ ଗଢ଼େ ଭବିଷ୍ୟତ

ଜୀବ ମାତ୍ରେ ତା ସମ୍ବଳ।।୮

ବିଶ୍ବ ନିୟନ୍ତା ଙ୍କ ସୃଷ୍ଟି ମୂଲ୍ୟ ବାନ

ତା ମଧ୍ଯୁ ଚକ୍ଷୁ ଅମୂଲ୍ୟ

ଜୀବନ ର ସାର ବିଭୂ ବରଦାନ

ମୂଲ୍ୟ କେ ଦେବ ତା ତୁଲ୍ୟ।।୯

ଆଖିରେ ଆଖିରେ ଦିବ୍ୟ ଭାବନା ରେ

ଦେଵା ଦେବୀଙ୍କ ଦର୍ଶନ

ଭକ୍ତଙ୍କ ଆଖିରେ ଭାବ ବାରି ଝରେ

ପ୍ରେମ ପ୍ରବଣତା ମନ।।୧୦

    


Rate this content
Log in

Similar oriya poem from Tragedy