STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଶୀତରାତି

ଶୀତରାତି

1 min
307

ପୋଷ ମାଘ ମାସ ଶୀତ ଭୟଙ୍କର

  ଜନ ଶୂନ୍ୟ ହୁଏ ରାତ୍ରି,

ଚଲା ପଥ ହୁଏ ନିଶ୍ଚଳ ରାତ୍ରିରେ

  ଶୀତ ଋତୁରଟି ରାତ୍ରି।


ରାତି ଆଠ ଠାରୁ ଘରରେ ପ୍ରବେଶ

  ଶୀତର ଦିଶେ ତାଣ୍ଡବ,

ବାଳକ କାନ୍ଦନ୍ତି ଉଚ୍ଚ ସ୍ବରେ ପୁଣି

  ଦିଶେ ବୃଦ୍ଧ କଷ୍ଟ ଭାବ।


ମାଆଁ କରୁଥାଏ କଷ୍ଟରେ ରୋଷେଇ

  ଗରମ କରେ କ୍ଷୀରକୁ,

କାନ୍ଦୁଛି ସନ୍ତାନ ଉଚ୍ଚ ସ୍ବର କରି

  ଖୁଆଇ ଦେବ ପୁଅକୁ।


ସୁଆଇ ଦିଏ ସେ ସନ୍ତାନେ ତାହାର

  ସେଜର ଭିତରେ ନେଇ,

ଗୃହର ଜନକୁ ଖାଇବାକୁ ଦିଏ

  ବିଭିନ୍ନ ଖାଦ୍ୟକୁ ଥୋଇ।


କଷ୍ଟକର ହୁଏ ଘରୁ ବାହାରିବା

  ଶୀତର ଯନ୍ତ୍ରଣା ଅତି,

ପଲଙ୍କରେ ବସି ଭୋଜନ କରନ୍ତି

  ବୃଦ୍ଧ ପାଇଁ କଷ୍ଟ ଅତି।


ଭୋଜନ କରନ୍ତି କଷ୍ଟେ ଗୃହ ଜନ

  ସ୍ବାଦିଷ୍ଟ ଲାଗେ ହିଁ ଅତି,

ଗରମ ଜଳର ବ୍ୟବହାର ତାଙ୍କ

  ଶୀତ ଭୟଙ୍କର ଅତି। 


ସୟନ କରନ୍ତି ସେଜ ପଲଙ୍କରେ

 ଗରମ ପୋଷାକ ତହିଁ,

ରାତି ସାରା ବୃଦ୍ଧ ରାବ ଦେଉଥାନ୍ତି

  କୃଷ୍ଣ ରାମ ନାମ ତହିଁ।


କାଳିଆ କାଳିଆ ଭଜନ ବୃଦ୍ଧଙ୍କ

  ଜଗନ୍ନାଥ ନାମ ଯହିଁ,

ବ୍ୟତୀତ ହୁଅଇ ଶୀତ ରାତ୍ରି ପୁଣି

  ଶୀତର ତାଣ୍ଡବ ତହିଁ।


ପ୍ରଭାତେ ନପଡେ ସୂର୍ଯ୍ୟଙ୍କ କୀରଣ

   ଝିପି ବର୍ଷା ପଡୂ ଥାଏ,

ମକର ପାର୍ବଣେ ନମିଳେ ଆନନ୍ଦ

   ଶତ୍ରୁ ବର୍ଷା ହୋଇ ଥାଏ।


ନାହିହିଁ ଆୟତ୍ତ ନାହିଁ ପରାକ୍ରମ

  ପ୍ରଭୁଙ୍କ ଭିଆଣ ଏହୁ,

ଶୀତ ସଙ୍ଗେ ସଙ୍ଗେ ଓମିକ୍ରନ୍ ପୁଣି

  ସମୟ ଲିଖନ ଏହୁ।


ସବୁ ହିଁ ଘଟଣା ଘଟିଛି ଦେଶରେ

  କୃପାସିନ୍ଧୁଙ୍କର କୃପା,

ଶୀତ ସଙ୍ଗେ ସଙ୍ଗେ ବର୍ଷର ତାଣ୍ଡବ

  ସତେ କି ପ୍ରଭୁଙ୍କ କୃପା।


କଷ୍ଟକର ହେଲା ମକର ପାର୍ବଣେ

  ଉତ୍ତରାୟଣ ଟି ସୂର୍ଯ୍ୟ,

ମଙ୍ଗଳମୟ ଟି ହେବ ରାଷ୍ଟ୍ର ଆମ

  ହେବ ଏଠି ଭଲକାର୍ଯ୍ୟ।


ଅଦୃଶ୍ୟ ରୋଗର ବିନାଶ ହୋଇବ

  ଓମିକ୍ରନ୍ ହେବ ଦୂର,

ଶୀତର ତାଣ୍ଡବ ଘୁଞ୍ଚିବ ଦେଶରୁ

  କରୋନା ଭି ହେବ ଦୂର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy