STORYMIRROR

Kalandi pal

Tragedy Inspirational

4  

Kalandi pal

Tragedy Inspirational

ଓମିକ୍ରନ

ଓମିକ୍ରନ

1 min
225


ଶୃଙ୍ଖଳରେ ବନ୍ଧା ଏ ଜଗତ ସଦା

    ସମାଜର ପରିସରେ

ଶୃଙ୍ଖଳ ଭଗନ  ଶୃଙ୍ଖଳାର ଭଗ୍ନ

    ଅଧୋମୁଖୀ ସମାଜରେ !!


ଖାଦ୍ୟ ପେୟେ ଅବା ପରିବେଶେ କିବା

    ବହିଲେ ଶୁଙ୍ଖଳା ନିତି

ନିତି ଶ୍ରମ ଦାନ  ପ୍ରଫୁଲ୍ଲିତ ମନ

    ସ୍ୱାସ୍ଥ୍ୟବାନ ରଣନୀତି !!


ଜଳ ଅବା ବାୟୁ  ପରିବେଶ ଆୟୁ

   ହୁଅଇ ଯେବେ ଦୂଷିତ

ରୋଗ ଧାରଣର  କ୍ଷମତା ହରାଇ

    ଦେହେ ରୋଗ ହୁଏ ଜାତ !!


ଆସିଲା କରୋନା  ଦେଶରୁ ଚାଇନା

   ଲହ ଲହ ଜିହ୍ୱା କାଢି

ଗ୍ରାସିଗଲା ପରା ଏ ଜଗତ ସାରା

    ସତେ କିବା ନଈ ବଢ଼ି !!


ଚାଲିଗଲା କେତେ  ଜୀବନ ମରତେ

    ଆଖିରୁ ଶୁଖୁନି ଲୁହ

ହାରିଛି ବିଜ୍ଞାନ  ରଖିବାକୁ ପ୍ରାଣ

   ଦୂରେଇବା ଛାତି କୋହ !!


ଲିଭିନି ଏ ଦଶା  ମନେ କରେ ବସା

    ପୁଣି ଆସେ ଓମିକ୍ରନ

ରୂପ ବଦଳାଇ କରୋନା ଆସଇ

   ପୂର୍ବଠାରୁ ବଳବାନ !!


ସଜାଗ ରହିଲେ  ଜିତିବା ତାହେଲେ

   ନୋହିଲେ ହୋଇବା ଧ୍ବଂସ

ଚି଼ହ୍ନ ଲିଭିଯିବ ଗୁଧ୍ରର ପରାଏ

   ଖାଲି ପଡ଼ିଥିବ ବାସ !!


ସ୍ୱଚ୍ଛତା ପାଳନ  ଗହଳି ବାରଣ

   ମୁଖେ ମୁଖ ତୁଣ୍ଡି ଥିବ

ଜରୁରୀ କାର୍ଯ୍ୟରେ ଯିବାତ ପଦାରେ

    ଗୃହେ ଗୃହ ବନ୍ଦୀ ହେବ !!


ଛୋଟ ପିଲାଠାରେ ଆକ୍ରମଣ କରେ

   ଶ୍ୱାସ ରୋଗୀ ବୃଦ୍ଧ ଜନେ

ସଞ୍ଜତେ ରହିବା ନୀତିକୁ ମାନିବା

   ଭୁଲିଯିବା ନାହିଁ କ୍ଷଣେ !!


ରାକ୍ଷସର ଦେହ ଜିହ୍ୱା ଲହ ଲହ

   ଶୋଷିବାକୁ ତାଜା ରକ୍ତ

ସଜାଗ ରୁହହେ କୋଭିଡ ନିୟମେ

    ତାର ଦର୍ପ ହେଉ ହତ !!


Rate this content
Log in

Similar oriya poem from Tragedy