STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

କିକର୍ମ କରୁଛୁ ନିତ୍ୟେ

କିକର୍ମ କରୁଛୁ ନିତ୍ୟେ

1 min
319


କାର୍ଯ୍ୟତ ତହର କୁକାର୍ଯ୍ୟ ହେଉଛି

  କରୁଅଛୁ ନିତ୍ୟେ କିମ୍ପା

ମୂଲ୍ୟ ନାହିଁ ତାର ମନୁଷ୍ୟ ଜୀବନେ

  ନିତ୍ୟେ ଯୋଡୁ ଅଛୁ କିମ୍ପା ।


ସ୍ବାର୍ଥରେ ଜଡ଼ିତ ରହୁଅଛୁ ନିତ୍ୟେ

  ଧନର ଅର୍ଜନ ପାଇଁ,

କୁକାର୍ଯ୍ୟ କରୁଛୁ ଧନୀ ହେବା ପାଇଁ

  ହେବ ବୃଥା ତହ ପାଇଁ।


ଚିରସ୍ଥାୟ ନୂହେ ଜୀବନ ତହର

  ପାପକର୍ମ କରୁ ନିତ୍ୟେ,

ସେବାଭାବ ନାହିଁ ଜୀବ ପ୍ରତି ପ୍ରେମ

  ହିଂସା କରୁଅଛୁ ନିତ୍ୟେ।


ପରହିଂସା ତୋର ମନ୍ତ୍ର ହୋଇଅଛି

  ଠକାଠକି କରୁ ନିତ୍ୟେ,

ଗରିବ ପ୍ରାପ୍ତକୁ ଠକି ନେଉ ଅଛୁ

  ହେଉ ଅଛୁ ଧନୀ ନିତ୍ୟେ।


ସେ ଧନର ମୂଲ୍ୟ ନାହିହିଁ ଜୀବନେ

  ସେ ଜୀବନେ ମୂଲ୍ୟ କାହିଁ?

ନେବୁ ନାହିଁ କିଛି ନ ଯିବ ସଙ୍ଗରେ

  ମନୁଷ୍ୟ ଜୀବନେ ଯହିଁ।


ଜନମ ହୋଇଲେ ମରଣ ଅବଶ୍ୟ

  ତୁହି ପରା ଅଟୁ ଜ୍ଞାନୀ,

ଶିକ୍ଷିତ ହୋଇଛୁ ପାଠ ଭି ପଢିଛୁ

  କିମ୍ପା ହେଲୁ ଠକ ଜ୍ଞାନୀ।


ମନୁଷ୍ୟ ଜୀବନ ଦୁର୍ଲ୍ଲଭ ଜୀବନ

  ବୃଥା କରୁ କିମ୍ପା ନିତି,

ମନୁଷ୍ୟ କର୍ତ୍ତବ୍ୟ ଜାଣି ଅଛୁ ପରା

  ପାପ କାର୍ଯ୍ୟେ କିମ୍ପା ମତି।


ଜନସେବା ପରା ମନୁଷ୍ୟ କର୍ତ୍ତବ୍ୟ

  ରାଷ୍ଟ୍ର ସେବା ପରା ଭକ୍ତି,

କର୍ମଯୋଗୀ ପରା ଗୃହର ପାଳନେ

  ପ୍ରଭୁ ସେବା ପରା ଭକ୍ତି।


ସୁକର୍ମର ପାଇଁ ତହରି ଜନମ

   ସତ୍ୟପଥ ପରା ପଥ,

ଧର୍ମପଥେ ରହି ସୁକାର୍ଯ୍ୟ କରିବା

   ମନୁଷ୍ୟର ମୂଳ ପଥ।


ଏହୁ ପଥ ଛାଡ଼ି ଅନ୍ୟାୟ ପଥରେ

   କାହିଁ ପାଇଁ ପଥଗାମୀ,

ଧିକ୍କାର କରିବେ ତତେରେ ଜନତା

   ହେବୁ ନର୍କେ ପଥଗାମୀ।


ବୃଥା ହୋଇ ଯିବ ଏ ଜୀବନ ତୋର

  ବିଭୂ କାର୍ଯ୍ୟ କଲୁ ନାହିଁ,

ମହାପାପୀ ବଲି ଜଗତ କହିବ

  ଠାବ ହେବୁ ନାହିଁ କାହିଁ।


ମନୁଷ୍ୟ ହୋଇଲୁ ପାପକର୍ମ କରୁ

  ଖାଉ ଅଛୁ ମଦ୍ୟ ମାଂସ,

ଜୀବ ହତ୍ୟା କରୁ ଦୟା ନାହିଁ ତିଳେ

   ହେବ ଛାରଖାର ବଂଶ।


ଜଗନ୍ନାଥ ଭକ୍ତି ନାହିଁ ଜୀବନରେ

   କାର୍ଯ୍ୟକୁ ଦେଖନ୍ତି ନେତ୍ରେ

ଯାହା କିଛି ନିତ୍ୟେ ଜୀବନେ କରୁଛୁ

   ଦେଖନ୍ତି ସେ ଚକା ନେତ୍ରେ।

 

ମହାପାପୀ ବଲି ଜଗତ ଜାଣିବ

   ଜାଣିବେଟି ସଖାବନ୍ଧୁ,

ଧିକ୍କାର କରିବେ ମନରେ ତହର

   ଦୂର ହୋଇ ଯିବେ ବନ୍ଧୁ।


Rate this content
Log in

Similar oriya poem from Tragedy