STORYMIRROR

Swaruparani Sahoo

Romance Tragedy

4  

Swaruparani Sahoo

Romance Tragedy

ଭଲପାଏ ତୁମକୁ ମୁଁ ଏହା କହୁଥିବି

ଭଲପାଏ ତୁମକୁ ମୁଁ ଏହା କହୁଥିବି

1 min
424

ମୁଁ ଥିଲି ଏକ ଉଡ଼ା ଚଢ଼େଇ,

ଉଡ଼ି ଯାଉଥିଲି ଡେଣା ମେଲେଇ। 


ଚାହୁଁଥିଲି ଉଡ଼ିବାକୁ ଖୋଲା ଆକାଶରେ,

ଜଣେ ମତେ ବାନ୍ଧିନେଲା ପ୍ରୀତି ବନ୍ଧନରେ।


ଭାବୁଥିଲି ଉଡ଼ିଯିବି ଉଡ଼ିଯିବି ମୁହିଁ,

ହେଲେ ତା'ର ପ୍ରୀତି ମୋର କାନେ ଦେଲା କହି।


ନ ଯାଅ ହେ ପ୍ରିୟା ତୁମ ବାଟ ଅଛି ଚାହିଁ,

ତା'ର ଏଇ କଥାକୁ ମୁଁ ପାରିଲିନି ସହି।


ବାଧ୍ୟ ହୋଇ ତା କଥାରେ ହୋଇଲି ମୁଁ ରାଜି, 

ଭଲପାଉଥିଲି କାଲି ପାଉଛି ବି ଆଜି।


ଅବୁଝା ମନ ପୁଣି ଅବୁଝା ପ୍ରେମିକ, 

ଏବେ ବି ମୋ ପାଖେ ଅଛି ତା'ର ସ୍ମୃତିର ପ୍ରତୀକ। 


ଦିନ ସରେ ନାହିଁ କି ମୋ ରାତି ପାହେ ନାହିଁ, 

ଭଲ ପାଇ ତାକୁ ଆଜି ଭୁଲି ଯାଇ ନାହିଁ। 


ସମୟ ମୋ ବିତିଯାଏ ତା'ର କଥା ଭାବି,

ଆଖିରେ ମୋ ନାଚିଯାଏ ତା'ର ପ୍ରତିଛବି। 


ଏମିତି କେତେଦିନ ବିତିଗଲା ପରେ, 

ଆଉଜଣେ ଝିଅ ଆସେ ତାଙ୍କ ଜୀବନରେ। 


ଭୁଲିଛନ୍ତି ସିଏ ସିନା ଭୁଲିନି ମୁଁ ତାଙ୍କୁ, 

ଚାହିଁ ବସିଥିବି ତାଙ୍କ ଫେରିବା ବାଟକୁ। 


ଭାବି ନଥିଲି ମୁଁ ଦିନେ ଆସିବ ଏ ସନ୍ଧ୍ୟା, 

ଆମର ସେହି କାହାଣୀ ରହିଯିବ ଅଧା। 


ଫେରିଯା ଫଗୁଣ ଆଜି ପାରୁନାହିଁ ସହି, 

ମନକଥା କାହାକୁ ମୁଁ ପାରୁନାହିଁ କହି। 


ମୁଁ ଥିଲି ଆମ ଘରେ ଅତି ଅଲିଅଳି, 

ମରିଯିବି ଏମିତି ମୁଁ ଦିନେ ଜଳି ଜଳି। 


ସେହି ରୂପା ଜହ୍ନ କେବେ ତୋଳି ମୁଁ ପାରେନି, 

ଭୁଲିବେ ବୋଲି ମୋତେ ସେ କେବେ ସ୍ଵପ୍ନରେ ଭାବିନି। 


ପ୍ରେମରେ ପଡିଲେ ବଦଳିଯାଏ ଚାହାଣୀ, 

ଓଠରୁ ଝରେ ମତୁଆଲା ମଧୁ ରାଗିଣୀ। 


ଝରଣା କୂଳେ ବସି ନିଜେ ନିଜେ ଭାବେ, 

ସେହି ଶୁଭ ଦିନ ମୋର ଆସିବ ଯେ କେବେ। 


ଯେଉଁ ଦିନ ଆକାଶରେ ଜହ୍ନ ହସୁଥିବ, 

କୋଇଲି ଯେ କୁହୁକୁହୁ ତାନ କରୁଥିବ। 


ଯେତେବେଳେ ବରଷାରେ ଓଢ଼ଣୀ ମୋ ଭିଜେ,

ସେତେବେଳେ ତୁମକୁ ମୁଁ ଅନ୍ତରରେ ଖୋଜେ। 


ଦୁଃଖର ସାଗରେ ମୁଁ ଯେ ଭାସିଯାଉଥିବି, 

ଭଲପାଏ ତୁମକୁ ମୁଁ ଏହା କହୁଥିବି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance