STORYMIRROR

Jharana Rout

Romance Others

4  

Jharana Rout

Romance Others

ସୁହାଗିନୀ

ସୁହାଗିନୀ

1 min
393



  କେବେ ଭରିଦେବ ସିନ୍ଥିରେ ସିନ୍ଦୂର

    ସାଜିବି ତୁମରି ଘରଣୀ

 ତୁମ ଦୁଃଖ ସୁଖେ ସାଥେ ରହିଥିବି

    ସାଜିବି ତୁମ ପୁଜାରିଣୀ ।।


  ମଥାରେ ଓଢଣୀ କାନେ ମୋ ଝୁମୁକା

    ପାଦରେ ନୂପୁର ମୋର

  ହାତେ ମୋର ଶଙ୍ଖା  ରୁଣୁଝୁଣୁ ହୋଇ

     ହସିବ ଘରଟି ମୋର ।।


   ଶାଶୁ ଶଶୂର ମୋର  ସାକ୍ଷ୍ୟାତ ଦେବତା

 &

nbsp;    ପୂଜୁଥିବି ତାଙ୍କ ପୟର

    ନଣନ୍ଦ ମୋହର   ଭାରି ଅଲିଅଳି

      ଟିକିଏ ଫୁଲେଇ ମୋର ।।


   ଲୋଡ଼ା ନାହିଁ ସୁନା   ଲୋଡ଼ା ନାହିଁ ଧନ

      ଲୋଡ଼ା ତୁମ ଟିକକ ପ୍ରେମ

    ତୁମରି ଆଦର   ପାଇଗଲେ ମୁଁହି

       ଜୀବନ ହୋଇବ ଧନ୍ୟ ।।


   


Rate this content
Log in

Similar oriya poem from Romance