ପଖାଳ ଦିବସ ପାଇଁ
ପଖାଳ ଦିବସ ପାଇଁ
ବୋଉର ପଖାଳ ମନେପଡେ ଏବେ
ଆଜି ପଖାଳ ଦିବସ,
ଶାଗଭଜା, ବଡ଼ିଚୁରା ,ଆଚାରର
ସେଇ ମହମହ ବାସ ।
ଭଜା ମାଛ ଖଣ୍ଡେ ତା' ସହ ରହିଲେ
ଖାଇବା ମଜା ନିଆରା,
ପଖାଳ ମାୟାରେ ଓଡ଼ିଆ ସେ ପାଇଁ
ବାୟା ହେଉଥାଏ ପରା ।
ପଖାଳ ସହିତ ତାମ୍ପଡା ଶୁଖୁଆ
ସ୍ଵାଦ ରହିଥାଏ ମନେ,
ଆନ କେ ଜାଣିବ ପଖାଳ ମହିମା ?
କେବଳ ଓଡ଼ିଆ ଜାଣେ ।
ଓଡ଼ିଆ ଘରଣୀ ଚିନ୍ତା ମୁକ୍ତ ହୁଏ
ପଖାଳ ହାଣ୍ଡିରେ ଥିଲେ,
ଚାଷୀ, ମୂଲିଆଙ୍କ ଜୀବନ ପଖାଳ
କେହି ନୁହେଁ ତା'ର ତୁଲେ ।
କୋଟି- ଓଡ଼ିଆଙ୍କ ମଉଡମଣି ବି
ଖାଆନ୍ତି ପଖାଳ ଭାତ,
ଦହିପଖାଳରେ ଶରଧା ରଖନ୍ତି
ମହାପ୍ରଭୁ ଜଗନ୍ନାଥ ।
ପଖାଳ ଦିବସ ଶୁଭେଚ୍ଛା ସଭିଙ୍କୁ
ହେ ମୋର ଭଉଣୀ ଭାଇ !
ପଖାଳ ତ ଆମ ଜୀବନର ଅ଼ଂଶ
ତାକୁ ଭୁଲିଯିବା ନାହିଁ ।

