STORYMIRROR

Swaruparani Sahoo

Abstract Tragedy

4  

Swaruparani Sahoo

Abstract Tragedy

ମୃତ୍ୟୁ ପଥର ଯାତ୍ରୀ

ମୃତ୍ୟୁ ପଥର ଯାତ୍ରୀ

1 min
397

ଜାଣେନା ମୁଁ କେତେ ଯାତ୍ରା ସାରିଲିଣି

କେତେ ଅଛି ଆଉ ବାକି,

ମୃତ୍ୟୁ ପଥର ଯାତ୍ରୀ ମୁଁ ମୃତ୍ୟୁ ପଥର ଯାତ୍ରୀ।

ମନ ଭୁଲେଇବା ପାଇଁ ମୁଁ

କରେ ଜନ୍ମଦିନ ରାତ୍ରି, 

ମୃତ୍ୟୁ ପଥର ଯାତ୍ରୀ ମୁଁ ମୃତ୍ୟୁ ପଥର ଯାତ୍ରୀ ।

ଦେଖିଛି ନିଦାଘ ଗ୍ରୀଷ୍ମର ରୌଦ୍ରତାତି

ଶଶିର ଶୀତଳ ପ୍ରୀତି, 

ମୃତ୍ୟୁ ପଥର ଯାତ୍ରୀ ମୁଁ ମୃତ୍ୟୁ ପଥର ଯାତ୍ରୀ ।

କେବେ ଶ୍ରବଣର ବାଟୋଇ ସାଜିଛି

କେବେ କୁଜ୍ଝଟିକା ମୋର ସାଥୀ, 

ମୃତ୍ୟୁ ପଥର ଯାତ୍ରୀ ମୁଁ ମୃତ୍ୟୁ ପଥର ଯାତ୍ରୀ ।

ମାନସ ପଟରୁ ଲିଭିଯାଇନାହିଁ

ବାଲ୍ୟକାଳର ସ୍ମୃତି,

ମୃତ୍ୟୁ ପଥର ଯାତ୍ରୀ ମୁଁ ମୃତ୍ୟୁ ପଥର ଯାତ୍ରୀ ।

କ୍ଷୀଣ ଦିଶିଲାଣି ପିତା ମାତା ଆଉ

ସହୋଦର ସଖା ଛବି, 

ମୃତ୍ୟୁ ପଥର ଯାତ୍ରୀ ମୁଁ ମୃତ୍ୟୁ ପଥର ଯାତ୍ରୀ ।

ଚାଲି ଚାଲି ମୁଁ ଯେ ଥକିପଡ଼ିଲିଣି

ଏବେ ଆଶା ମୋର ଚିର ନିଦ୍ରାସ୍ଥଳୀ, 

ମୃତ୍ୟୁ ପଥର ଯାତ୍ରୀ ମୁଁ ମୃତ୍ୟୁ ପଥର ଯାତ୍ରୀ ।

କେତେ ଯେ ହାରିଲି କେତେ ଯେ ଜିତିଲି

କେତେ ରହିଗଲା ବାକି, 

ମୃତ୍ୟୁ ପଥର ଯାତ୍ରୀ ମୁଁ ମୃତ୍ୟୁ ପଥର ଯାତ୍ରୀ ।

ମାୟା ମରିଚୀକା ପଛେ ପଛେ ଧାଇଁ 

ଏବେ ପଡ଼ିଲିଣି ଥକି, 

ମୃତ୍ୟୁ ପଥର ଯାତ୍ରୀ ମୁଁ ମୃତ୍ୟୁ ପଥର ଯାତ୍ରୀ ।

ବିସ୍ମୟ ବଡ଼ ଏଇ ବ୍ରହ୍ମାଣ୍ଡ 

ବିସ୍ମୟ ତା'ର ଗତି, 

ମୃତ୍ୟୁ ପଥର ଯାତ୍ରୀ ମୁଁ ମୃତ୍ୟୁ ପଥର ଯାତ୍ରୀ ।

ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract