Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swaruparani Sahoo

Tragedy

3  

Swaruparani Sahoo

Tragedy

ଚାଲୁଛି ମୁଁ ଅବିରତେ

ଚାଲୁଛି ମୁଁ ଅବିରତେ

1 min
161


ଚାଲୁଛି ମୁଁ ଅବିରତେ

ସେଇ ନିସ୍ତବ୍ଧ ପଥେ

ନେଇ କିଛି ସ୍ୱପ୍ନ ଅନିଶ୍ଚିତେ ।


ଧୋଇହୋଇ ନାହିଁ

ଅସୁମାରି ଆଶା 

ନିରୀହ ଆଖି ଲୋତକେ ।


ଦଗ୍ଧ ହୋଇଛି ଏଇ ହୃଦୟ

ମରି ନାହିଁ ତାର ଆଶା 

ସମୟର ପ୍ରତିଘାତେ ।


ବଚନ ନା ସ୍ଫୁରେ

ନିଶବ୍ଦ ଓଠେ 

ମୂକ ସାଜିଛି କି ବା ସମୟ ନିର୍ଘାତେ ।


ପ୍ରତିଘାତେ ପଡି 

ଯାତନାରେ ଜଳି 

ଉଙ୍କି ମାରୁଥାଏ ଆଶା କେତେ କେତେ ।


ସନ୍ଦିଗ୍ଧ ପଥେ 

ଅସରନ୍ତି ଦୁଃଖେ 

ବାହେ ନୌକା ଧୈର୍ଯ୍ୟ ଚିତ୍ତେ ।


ଜ୍ୱଳନ୍ତ ଅଙ୍ଗାରେ 

ଦଗ୍ଧ ଚରଣ 

ଭସ୍ମ ହୋଇନାହିଁ ବିଶ୍ୱାସ ପରତେ ।


ଯାତ୍ରା ଦୁର୍ଗମ 

ନାହିଁ ପଥ ଶ୍ରମ 

ଅଟକି ଯାଇନି ମାର୍ଗ କଣ୍ଟକିତେ।


ଚାଲୁଛି ମୁଁ ଅବିରତେ

ସେଇ ନିସ୍ତବ୍ଧ ପଥେ

ନେଇ କିଛି ସ୍ୱପ୍ନ ଅନିଶ୍ଚିତେ ନେଇ କିଛି ସ୍ୱପ୍ନ ଅନିଶ୍ଚିତେ ।




Rate this content
Log in

Similar oriya poem from Tragedy