STORYMIRROR

Swaruparani Sahoo

Drama Tragedy Action

3  

Swaruparani Sahoo

Drama Tragedy Action

ନିରୀହ ମନର ବେଦନା

ନିରୀହ ମନର ବେଦନା

1 min
212

କହିବାକୁ ଅଛି କେତେ ଯେ କଥା

  ଏଇ ଅନ୍ତରର କୋଣେ, 

ହେଲେ ସେ ହୃଦୟ କାହୁଁ ମୁଁ ପାଇବି

  ଖୋଜିବି ତାକୁ ମୁଁ କେଣେ? 


ବ୍ୟଥା ଏ ମନରେ କେତେ ଯେ ଅଛି

  ବେଦନାରେ ଭରା ଦିନ,

ତାରା ଭରା ରାତି, ମଧୁଝରା ଜହ୍ନ

  ତଥାପି ବିଶାଦରେ ଆଚ୍ଛନ୍ନ।


କୁହୁ ତାନ କରି କୋଇଲି ଗାଉ କି

  ଶୁଭୁ ପିକ ର କର୍ଣ୍ଣ ପୁଲକିତ ତାନ,

ବିଦୀର୍ଣ୍ଣ ହୃଦୟ ଜାଣିକି ପାରିବ

  କିବା ଦିବା ଆଉ କିବା ପୂର୍ଣ୍ଣମୀର ଜହ୍ନ?


ବ୍ୟଥିତ ମନର ଅବ୍ୟକ୍ତ କଥା ଯେ

  ସହଜେ ହୁଏନା ପ୍ରକାଶ କରି,

ନମିଳିବା ଯାଏ ଏମିତି ମନ ଟି 

  ଯା ଅନ୍ତରରେ ଥିବ ମମତା ଭରି। 


ଦିନୁ ଦିନ ଯାଇ, ମାସ ପରେ ମାସ 

  ବରଷ ବି ଯାଏ ବିତି,

ଅକୁହା ରହିଯାଏ ସେଇ କଥା ସବୁ 

  ପଛେ ବିତିଯାଉ ଯେତେ ତିଥି। 


ନିଦାନ ନଥାଏ ସେଇ ବେଦନାର

  ଯାହା ଅନ୍ତର ରଖଇ ଚାପି

ଥିରିଥିରି କରି ଖାଇଯାଏ ସେ ତ, 

  ନ ଦେଖଇ ଦିବା ରାତି।


ଶୃଙ୍ଖଳେ ବନ୍ଧା ଏ ନିରୀହ ବୁକୁ ଯେ

  ସହଜେ ପାରୁନି ଜାଣି, 

ଯାହା ତୁ ଦେଖୁଛୁ ଯାହା ତୁ ଶୁଣୁଛୁ

  ସବୁ ମନ ଭୁଲାଣିଆ ବାଣୀ। 


ସବୁ ମିଥ୍ୟା ଏଠି ସବୁ ପ୍ରତାରଣା 

  ତାର ନାହିଁ ଯେ କିଛି କଳନା, 

ସର୍ବେ ନିଜ ନିଜ ସ୍ୱାର୍ଥ ପାଇଁ ବନ୍ଧା

   ତୋର ନାହିଁ ଯେ କେହି ଆପଣା।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama