ନଗ୍ନ ସମାଜ ଏ ପିନ୍ଧିଚି ମୁଖା
ନଗ୍ନ ସମାଜ ଏ ପିନ୍ଧିଚି ମୁଖା
ଭ୍ରମରେ ଭ୍ରମିତ ବିଚରା ମଣିଷ
ବାସ୍ତବତା ଠାରୁ କାହିଁ କେତେ ଦୂରେ ସେ ତ ।
ମାୟା ମରୀଚିକା ପଛେ ହାଇଁ ପାଇଁ
କ'ଣ ସେ ଚାହେଁ ନିଜେ ଜାଣେ ନାହିଁ ।
ନକଲ କରିବା ତାର ଯେ ଅଭ୍ୟାସ
ଏବେ ତ ସୁଧୁରିଯାଆ ଆରେ ଏ ମଣିଷ ।
ତୁ ନୁହେଁ ଜୀବିତ ପର ଆଶ୍ରାଗତ
ସ୍ଵେଚ୍ଛାରେ ଜୀଇଁବା ତୋର କରାଗ୍ରତ ।
ଗୁମୁରି ଗୁମୁରି କେତେ ଯେ କାନ୍ଦିବୁ
ଜୀଇଁ ଥାଉ ଥାଉ କେତେ ଯେ ମରିବୁ ।
ନଗ୍ନ ସମାଜ ଏ ପିନ୍ଧିଚି ମୁଖା
ଯାହା ତୁ ଦେଖୁଛୁ ସବୁ ଲୋକଦେଖା ।
ତୁ ମଲେ କାହା ଅନ୍ତର ନ କାନ୍ଦିବ
କେତେ ତୁ ଛାଡିଯାଇଛୁ ତାହା ମନ ଖୋଜୁଥିବ।
ନିରାଟ ସତ୍ୟ ଏ ହାଡ଼ ମାଂସ ଶରୀର କଥା
ଆସିଛୁ ଏକା ତୁ ଚାଲିଯିବୁ ଏକା ଏକା ।