STORYMIRROR

Swaruparani Sahoo

Romance Tragedy Fantasy

4  

Swaruparani Sahoo

Romance Tragedy Fantasy

ଶୂନ୍ୟତା ଆଉ ଶୂନ୍ୟତା

ଶୂନ୍ୟତା ଆଉ ଶୂନ୍ୟତା

1 min
1.2K

ନିସ୍ତବ୍ଧ ରାତିର ଏଇ ଶୂନ୍ୟତା

କହିଯାଏ ବେରଙ୍ଗ ଏଇ ଜୀବନର

କିଛି ଅପୂରଣୀୟ ଶୂନ୍ୟତା।


ତୁମେ ଦେଇଥିଲ କଥା

ଦିନେ ଛୁଇଁ ମୋର ମଥା 

ପୂରଣ କରିବ ଏଇ ଜୀବନର ଶୂନ୍ୟତା।


କହି ବି ହୁଏନା ଅନ୍ତରର ଯେତେ କଥା

କୂଳ କି ଜାଣିବ ଗଭୀର ସାଗରର ବ୍ୟଥା 

ଆଜି ବି ଅଛି ଏଠି ଗାଢ଼ ଶୂନ୍ୟତା।


ମଧୁଶାଳାର ମାଦକ ଭରା ତୁମ ଦୁଇ ନେତ୍ରା 

ଦିନେ ଆଙ୍କିଥିଲା ହୃଦୟରେ ଚିତ୍ରା

ଏବେ ଅଛି ଖାଲି ଶୂନ୍ୟତା ଆଉ ଶୂନ୍ୟତା।


ତୁମ ବିନା ସାଥୀ ଥିଲା ଶୂନ୍ୟତା 

ତୁମ ପାଇଁ ଆଜି ଅଛି ଶୂନ୍ୟତା

ତୁମ ବିନା ରହିଥିବ ଏଇ ଶୂନ୍ୟତା


ତୁମ ଅପେକ୍ଷାରେ ଆଜି ବି ମୁଁ ଅପେକ୍ଷାରତା

ନିଃଶବ୍ଦେ ଆସି ଭାଙ୍ଗିଦିଅ ଜୀବନର ନୀରବତା 

ଅପସରି ଯାଉ ସବୁ ଶୂନ୍ୟତା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance