STORYMIRROR

parineeta 💝pk💝

Romance Others

4  

parineeta 💝pk💝

Romance Others

ଅପେକ୍ଷା ର ଅନ୍ତ

ଅପେକ୍ଷା ର ଅନ୍ତ

1 min
228

ଅପେକ୍ଷା ର ସିନା ଅନ୍ତ ଅଛି ସ୍ବପ୍ନ ଟା ଅନନ୍ତ ପରା

ଅଦେଖା ରାସ୍ତାର ଅଜଣା ପଥିକ ଅଧା ବାଟେ ବେସାହାରା

ଅଭୁଲା ସ୍ମୃତି କି ଭୁଲିବି କିପରି ପୋଛି ହେବ କି ମନୁ

ଅଙ୍କା ବଙ୍କା ନଈ ବୋହି ନେଉଅଛି ଶ୍ୱାସବିନ୍ଦୁ ମୋର ତନୁ

ଅଲିଭା ଦାଗ କୁ ଲିଭାଇ ପାରେନା କଷ୍ଟ ଦିଏ କ୍ଷଣ କ୍ଷଣ

ଅତିଥି ପରି ଜୀବନେ ଆସି ଦେଇଗଲ ମୋତେ ମରଣ

ଅପ୍ସରୀ, ରମ୍ଭା ପ୍ରେୟସୀ ତୁମ ଭାବିନି କେବେ ନିଜକୁ

ଅହର୍ନିଶି ତୁମ ଚିତ୍ରପଟ ସାଥେ ବୁଝେଇ ଦେଇଛି ମନକୁ

ଅବୁଝା ମନକୁ ବୁଝେଇ ପାରେନା କେମିତି ରୋକିବି ଲୁହ

ଅତୁଟ ବନ୍ଧନେ ବାନ୍ଧି ଦେଇ ପ୍ରିୟ କାହିଁ ଦେଉଛ ବିରହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance