ଏଇ ତ ଜୀବନ
ଏଇ ତ ଜୀବନ
ସିଧା ସାଧା ରାସ୍ତା ନୁହେଁ ସେ ଅଙ୍କା ବଙ୍କା ନଈ
ପ୍ରତି ପଥେ ଶିକ୍ଷା ଦେଇ ଯାଏ ବହି ବହି
ଫଗୁଣର ମଧୁ ଛୁଆଁ ଛୁଁଇ ଯାଏ ମନ
ଶ୍ରାବଣର କଳା ମେଘେ ହଜି ଯାଏ ମୋ ସପନ
ବୁଝି ଅବୁଝା ହେଲେ ବି ଏଇ ତ ଜୀବନ ଏଇ ତ ଜୀବନ।
ଚାହିଁଥିବ ମନ ଯାହା ତାହା ହୁଏ ନାହିଁ
ଅକୁହା ବେଦନା କାହାକୁ କହି ହୁଏ ନାହିଁ
ଅର୍ଣ୍ଣବର ନିର ସାଜେ ଆଖିର ଅଞ୍ଜନ
ଲିଭିଯାଏ ବେଳେ ବେଳେ ଆଶା ର କିରଣ
ବଂଚିବାକୁ ତ ହେବ ପୁଣି ଏଇ ତ ଜୀବନ ଏଇ ତ ଜୀବନ ।
