ସାଇତା ସ୍ମୃତି
ସାଇତା ସ୍ମୃତି
ସପନର ଏଇ ଗନ୍ତାଘରେ ରଖିଛି ତୁମରି ଛବି
ଉଡେଇ ନେଇଛି ବହୁତ ଦୂରକୁ ପାରୁନି ସେ କଥା ଭାବି ।
ସାଇତା ସ୍ମୃତିକୁ ଛାତିରେ ଜାକି କେତେ ଗଡାଇବି ଲୁହ
ମନେ ଅଛି ଅବା ଭୁଲିଯାଇଛ ମୁହଁ ଖୋଲି ଥରେ କୁହ ।
ଚାତକୀ ପରି ଚାହିଁ ରହିଛି ତୁମରି ଆସିବା ବାଟ
ମନେ ନାହିଁ କେବେ ତୁମ ପାଖେ କେବେ କରିଛି ମୁଁ ଅଝଟ ।
ଥରେ ଆସି ମୋତେ ଦେଖି ଯାଅ ପ୍ରିୟ କହିବନି ପଛେ କିଛି
ବିରହୀ ପ୍ରିୟା ତୁମ କେମିତି ଅଛି ମରିଛି ଅବା ବଞ୍ଚିଛି ।

