ତୁମେ ହିଁ
ତୁମେ ହିଁ
ହସ ଖୁସିରେ ଭରା ଆମ ପରିବେଶ
ଜୀବନ ହୁଅନ୍ତା ଶୂନ୍ୟ ନଥିଲେ ନିଃଶ୍ୱାସ ।
ଏ ଡାଳରୁ ସେ ଡାଳକୁ ନିତି ଡେଉଁଥାଏ
ତୁମ ବିନା ହୃଦୟ ମୋ ସ୍ପନ୍ଦନ ଭୁଲିଯାଏ ।
ମୋ ମନର ସ୍ଥିରତା ଯେ ଖୋଜି ପାଉନାହିଁ
ଅବୁଝା ମନର କାରଣ କେବଳ ତୁମେ ହିଁ ।
ବୁଝେଇ ପାରୁନି ତାକୁ ତୁମେ ଅଛ ଦୂରେ
ଭାବନା ଭିତରେ ତୁମ ସ୍ପର୍ଶ ଅନୁଭବ କରେ ।
ପ୍ରେମର ହରିଣୀ ଖୋଜି ବୁଲୁଛି କସ୍ତୁରୀ
ଲେଖା ସରୁନାହିଁ ହେଲେ କାଳି ଯାଉଅଛି ସରି ।
କଲମ ସତେକି ମୋର ନେଉଛି ପରୀକ୍ଷା
ପ୍ରାଣ ଛାଡୁ ପଛେ କରିବି ପ୍ରତୀକ୍ଷା ।
ମୋ ପ୍ରେମର ଆରମ୍ଭ ତୁମେ ,ଶେଷ ବି ତୁମେ ହିଁ
ଶାଶ୍ୱତ ପ୍ରେମରେ ମୋ ଉଚ୍ଚ ଅଭିଳାଷ ନାହିଁ ।