STORYMIRROR

parineeta 💝pk💝

Romance Action Others

3  

parineeta 💝pk💝

Romance Action Others

ପରିଭାଷା ବିହୀନ ପ୍ରେମ

ପରିଭାଷା ବିହୀନ ପ୍ରେମ

1 min
443

ଅବ୍ୟକ୍ତ ପ୍ରେମର ଭାଷାକୁ ବୁଝିଛ

ଧନ୍ୟ ତୁମର ସେ ପ୍ରୀତି

ପ୍ରେମର ତରଣୀ ଯାଉଅଛି ବହି

ଦୂର କରିଦିଅ ଭୀତି

ଶୂନ୍ୟତାର ସେଇ ପ୍ରଥମ ପାହାଚେ

ଭରିଦିଅ ଆଲିଙ୍ଗନ

ମୋ ପ୍ରେମ ଚାହେଁନି ଶରୀରର ବାସ୍ନା

ଚାହେଁ ଆତ୍ମାରେ ଆତ୍ମା ମିଳନ

ହୃଦୟ ଚାହିଁଛି ତୁମରି ପଥକୁ

ଦେଖିବ ପଛକୁ ଫେରି

ଅଜଣା ହାତେ ମୋତେ ଛନ୍ଦିବା ଆଗରୁ

ଆସିବ ନ କରି ଡେରି

ତୁମ ପ୍ରେମେ ମୋତେ ବାନ୍ଧି ନିଅ ପ୍ରିୟ, ସେ ପ୍ରେମେ ରହିଛି ମୋହ

ତୁମ ହାତ ଧରି ଭୁଲିଯିବି ସାଥୀ,ଯେତେ ଲୁଚେଇ ରଖିଛି କୋହ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance