STORYMIRROR

parineeta 💝pk💝

Abstract

3  

parineeta 💝pk💝

Abstract

ହେ ଭଗବାନ୍

ହେ ଭଗବାନ୍

1 min
119

ମୋ ଠାରୁ ମୋ ବାବଦେ ତତେ ସିନା ଜଣା

ଭୁଲ୍ ଠିକ ବିଚାରି ତୁ ଦେବୁ ଯେ ପାଉଣା

ହେ ଭଗବାନ୍ ହେ ଭଗବାନ୍ ।


ଅନ୍ଧାରରୁ ଆଲୋକ କୁ ନେଇଥାଉ ଟାଣି

ଦୋଷ ଦେଇ ତତେ ଭୁଲ୍ କରେ ଜାଣି ଜାଣି

ଯେତେବେଳେ ଯାହା ମୋର ଦରକାର ହୁଏ

ସବୁକିଛି ଦେଉ ତଥାପି ଅଭିଯୋଗ କରେ

ମୋ ଭାଗ୍ୟର ମୋ କର୍ମର ଦିନେ କରିବି ଭରଣା

ହେ ଭଗବାନ୍ ହେ ଭଗବାନ୍ ।


ତୋ ସାଥେ ଯୋଡି଼ଛି ମୋର ନିବିଡ ସମ୍ପର୍କ

ଅଳପ କହିଛି ଅଛି ଆହୁରି ଅନେକ

ଦେଖାଇ ଦେଇଛୁ ବାଟ ଅବାଟ ରୁ କାଢି

ସ୍ଵର୍ଥାନ୍ଧେ ତୋ ପାଖେ ହୋଇ ପାରୁନି ମୁଁ ଋଣୀ

ଅସହାୟ ର ସହାୟ ତୁ ମୋ ପ୍ରେରଣା

ହେ ଭଗବାନ୍ ହେ ଭଗବାନ୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract