STORYMIRROR

parineeta 💝pk💝

Children

4  

parineeta 💝pk💝

Children

ବାପା ତୁମେ

ବାପା ତୁମେ

1 min
341

ହସ ଖୁସି ଭରା ସଂସାର ଭିତରେ ଦେଇଅଛ ଜୀବନ

ଭାଗ୍ୟରେ ମୋ ଖୁସି ଅଜାଡି଼ ଦେଇଛ କେ ହେବ ତୁମରି ସମ

ପିଲାବେଲେ ଯେବେ କରିଛି ଅଝଟ ଟାଣି ନେଇଛ କୋଳକୁ

ମାଗିବା ଆଗରୁ ସବୁକଛି ଦେଇ ବୁଝେଇ ଦେଇଛ ମନକୁ

ଦେଖାଇ ନାହଁ ଦୁଃଖ ତୁମ ଲୁଚାଇ ଦେଇଛ କୋହ

ଉପରେ ଉପରେ ଦୃଢ ମଣିଷ ଭିତରେ ରଖିଛ ମୋହ

ମାଆ ଠୁ ଅଧିକ ସ୍ନେହ ପାଇଛି ଅଜାଡି ଦେଇଛ ପ୍ରେମ

ତୁମ ଠୁ ବଳି କେ ନାହିଁ ବାପା ମୋର ନା ଦିଅ ପଛେ ଜନମ

କେବେ କରି ନାହଁ ବାଛବିଚାର ଗର୍ବ କରିଛ ମୋ ପାଇଁ

ସଂସାରେ ଅଛନ୍ତି ଅନେକ ଦେବତା ତୁମଠୁ ମହାନ୍ କେ ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children