STORYMIRROR

Panchanan Jena

Romance

4  

Panchanan Jena

Romance

ମଗ୍ନ ମଶାଣି

ମଗ୍ନ ମଶାଣି

1 min
290


ତୁ ମୁରୁକି ହସୁ

ଫୁଲେଇ ବାସୁ

ଭାଉ ବଢ଼ାଉ ନୀଳନୟନୀ

ମଦନାଙ୍କୁ ଜଳେଇ ମାରୁ 

ଦୂରୁ ଜୁହାର ହେ କୁନ୍ଦନୟନୀ ।


ତୁ ଲାଜୁରା ହସୁ

ଫୁଲ ସୁବାସୁ

ନାଟ ଲଗାଉ ମୃଗନୟନୀ

ନଟିଆଙ୍କୁ ଡୁବେଇ ମାରୁ

ପଛେଇ କଣେଇ ଗାତସର୍ପିଣୀ ।


ତୁ ଅଳପ ହସୁ

ମଝିରେ ଖଣ୍ଡିକାଶୁ

ହାଟ ବସାଉ ନୀଳମାଷ୍ଟ୍ରାଣୀ

ଡାହାଣାଙ୍କୁ ଟେରେଇ ମାରୁ

ଛାତିରେ ହୃଦରେ କ୍ଷତ ଛିଦ୍ରବାୟାଣୀ ।


ତୁ ଖିଲିଖିଲି ହସୁ

ମଲ୍ଲୀଫୁଲିଆ ଦିଶୁ

ନାଟକ ଆରମ୍ଭି କମଳନୟନୀ

ଛତରାଙ୍କୁ ତରସେଇ ସାରୁ

ଛଇ ଛଟକି ମୋ ମୃଣାଳିନୀ ।


ତୁ ଆଖିରେ ହସୁ

ମୋତି ବରଷୁ

ମେଳା ଲଗଉ ଗୋଜବାୟାଣୀ

ନୁଙ୍ଗୁରାଙ୍କୁ ଆଖିରେ ମାରୁ

ଚାରୁ ଚନ୍ଦ୍ରାତପ ବାଙ୍କ ଚାହାଣୀ ।


ତୁ ସ୍ନେହରେ ହସୁ

ସମର୍ପୁ ସର୍ବସୁ

ତ୍ୟାଗ ତର୍ପଣରେ ମଗ୍ନମଶାଣୀ

ସମ୍ମାନୀଙ୍କୁ ଅନ୍ତକରଣରେ ବସେଇ

ନିଃସ୍ଵାର୍ଥ ସମର୍ପଣେ ଦିଗବାରେଣୀ ।


ତୁ ଲୁହରେ ହସୁ

ମମତାରେ କଷୁ

ଘର ପରିବାର ସ୍ୱର୍ଗବିନ୍ଧାଣୀ

ପଣତକାନିରେ ଟାଣୁ ଉଟାରୁ

ଶ୍ରେୟସୀ ମହିୟସୀ ଶୁଭକାରିଣୀ ।


ତୁ ଦୁଃଖରେ ହସୁ

ଦେଇ ଦେଇ ଶୋଷୁ

ବାଣ୍ଟି ବାଣ୍ଟି ଖୁଣ୍ଟି ଖୁଣ୍ଟି ସୁଗୃହିଣୀ

ଜ୍ଞାତି କୁଟୁମ୍ବେ ସଞ୍ଜବତୀ ସଳିତା

ମିଞ୍ଜି ମିଞ୍ଜି ଆଲୋକେ ପନ୍ଥା ନିର୍ଦ୍ଧାରିଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance