STORYMIRROR

LALIT MOHAN DASH

Romance Classics

4  

LALIT MOHAN DASH

Romance Classics

ହେ ! ହୃଦୟ

ହେ ! ହୃଦୟ

1 min
342


ହୃଦୟ ସୌମ୍ୟ ସୁକ୍ଷ୍ମ କୋଣାରକ ଶ୍ରଦ୍ଧାର ମଧୁର ହ୍ରଦ,

ପ୍ରେମ ଦୁନିଆଁର ରମ୍ୟ ବାଟିକା ସେ ପୂର୍ଣ୍ଣପ୍ରାଣ ବ୍ରହ୍ମନାଦ ।

ହୃଦୟ ସୁନ୍ଦର କୋମଳ ସୁମନ ପ୍ରାଙ୍ଗଣ ତା ପାରାବାର,

ଏକରୁ ଅନେକ ତଲ୍ଲୀନ ତା ମଧ୍ୟେ ଅର୍କକ୍ଷେତ୍ର ଭାବନାର ।


ହୃଦୟ ତ କେବେ ହରିଶ୍ଚନ୍ଦ୍ର ପୁଣି ରଘୁ ବୀର ରାମଚନ୍ଦ୍ର,

ତିଳ ତିଳ ହୋଇ ମହାଦୀପ ସିଏ କରୁଣାର ନାଭିକେନ୍ଦ୍ର ।

ହୃଦୟ କେବେ ତ ଶୁଭ୍ର ସନ୍ନ୍ୟାସିନୀ ସୁଆଣ୍ଡୋର ଶାନ୍ତ ସନ୍ଥ,

ନିଶ୍ଵ ପାଇଁ ଲୁହ ପ୍ରବାହ ତା ମଧ୍ୟେ ଚିରକାଳ ମାଟିକାନ୍ଥ ।


ହୃଦୟ ତ କେବେ ନିରୁତା ନର୍ମଦା ସାବରମତୀର ସ୍ଵପ୍ନ,

ଝଡିଛି ଝଡରେ ସ୍ମୃତି କିନ୍ତୁ ତାର ଝରଣାର କୁଳୁତାନ ।

ହୃଦୟ ନିରନ୍ଧ୍ର ନୀଳାକାଶ ଆହା ଯହିଁ ଶୋଭେ ତାରାଫୁଲ,

ସ୍ୱପ୍ନ ଭରେ ସିଏ ସ୍ଵପ୍ନ ପାଇଁ ମରେ ସ୍ଵପ୍ନ ଦେଖି ଝଲମଲ ।


ହେ ହୃଦୟ! ତୁମେ ହରିତ୍ କଣିକା ହସ କାନ୍ଦ ଦୁନିଆଁରେ, 

ତୁମେ ହିଁ ତ କେତେ ଆପଣାରପଣ ଭରିଦିଅ ଭାବ ଡୋରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance